ରାଜ୍ୟ

ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଏଗୋନିଷ୍ଟ ଲାବ୍ରୋଟେରୀ ଉଦ୍ଘାଟିତ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଆଜି ଶୁଭାରମ୍ଭ ହୋଇଛି ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଏଗୋନିଷ୍ଟ ଲାବ୍ରାଟେରୀ ବା ଭୁତାଣୁ ନିଦାନ ଗବେଷଣା ପରୀକ୍ଷାଗାର ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର। ଯେଉଁଠାରେ ବିଭିନ୍ନ ଭୁତାଣୁ ସମ୍ପର୍କରେ ଗବେଷଣା କରାଯିବା ସହିତ ତାର ନିଦାନ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା କରାଯିବ। କଟକ ସାଂସଦ ଭର୍ତ୍ତୁହରି ମହତାବ ଆଜି ଏହାର ଶୁଭ ଉଦଘାଟନ କରିଛନ୍ତି।

ଏହି ଅବସରରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ, ଏସସିବି ଅଧ୍ୟକ୍ଷ ଦତେଶ୍ୱର ହୋତା ପ୍ରମୁଖ ଯୋଗଦେଇଥିଲେ। ବିଶେଷ କରି ଭୁତାଣୁ ଉପରେ ଗବେଷଣା କରୁଥିବା ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଗବେଷଣା କେନ୍ଦ୍ର ବେଶ ସହାୟକ ହେବ ବୋଲି ସାଂସଦ ଭର୍ତ୍ତୁହରି ମହତାବ କହିଛନ୍ତି। ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ରାଜ୍ୟସରକାର ଏହି ଭାଇରାଲ ରିସର୍ଚ୍ଚ ସେଣ୍ଟରକୁ ପରିବର୍ଦ୍ଧିତ କରିବେ ବୋଲି ସାଂସଦ ସୂଚନା ଦେଇଛନ୍ତି। ସାର୍ସ, ମାରସ, ଇବୋଲା, କୋଭିଡ ୧୯ ପରି ଭୁତାଣୁ ମଣିଷଙ୍କୁ ଅନେକ କ୍ଷତି ପହଂଚାଇଛି। ମାତ୍ର ଏ ସବୁ ଭୁତାଣୁ ସମ୍ପର୍କରେ ଗବେଷଣା କରିବାକୁ ଆମ୍ଭ ରାଜ୍ୟକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଏହି କେନ୍ଦ୍ରର ଆରମ୍ଭ ପରେ ଏବେ ଆମ ରାଜ୍ୟରେ ବିଭିନ୍ନ ଭୁତାଣୁ ସମ୍ପର୍କରେ ଗବେଷଣା କରାଯିବା ସହିତ ଚିକିତ୍ସା ପଦ୍ଧତିରେ ମଧ୍ୟ ନୂତନ ଅନୁସନ୍ଧାନ କରାଯାଇ ପାରିବ ବୋଲି କହିଛନ୍ତି ଭି ଆର ଡି ଏଲର ମୁଖ୍ୟ ଡା ଜେ କେ ପଣ୍ଡା।

Most Popular

To Top