ଅବିଭକ୍ତ କଟକ

ମଙ୍ଗୁଳିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ୍

ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ମଙ୍ଗୁଳି ନିକଟ ରେ ଚଢାଉ କରାଯାଇ ୬୩କେଜି ଗଞ୍ଜେଇ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି।ଏହି କାରବାରରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରାଯାଇଛି।ଗିରଫ ତିନିଜଣ ହେଲେ  କୁଆଖିଆ ଥାନା ଅଞ୍ଚଳ ଅଜୟ କୁମାର ସାହୁ,କୁଜଙ୍ଗ ଥାନା  କାଠିଆ ସାହିର ସୁବାସ ସାହୁ,ବାଙ୍କୀ ଗୟଳ ବାଙ୍କର୍ ବିଶ୍ଵନାଥ ସୁତାର,।ଏକ ସ୍କର୍ପିଓ ଗାଡ ରେ ଗଞ୍ଜେଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଉପ ଅଧିକ୍ଷକ  ଡି.କେ. ପଲେଇ ଙ୍କ ନେତୃତ୍ବରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ର ଏକ ଟିମ୍ ଟାଙ୍ଗୀ ଥାନା ମଙ୍ଗୁଳି ନିକଟରେ ସ୍କୋର୍ପିଓ କୁ ଅଟକାଇବା ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୧୫ ହଜାର ଟଙ୍କା ହେବ।

Most Popular

To Top