ଅବିଭକ୍ତ କଟକ

“ମନରେଗା”ରେ ସାମିଲ ହେଲା ପାନ ବରଜ

ପାନ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପାନ ବରଜକୁ ମନରେଗାରେ ସାମିଲ କରିଛନ୍ତି।ଏ ସମ୍ପର୍କିତ ନିର୍ଦ୍ଦେଶ ନାମା କଟକ ଜିଲ୍ଲାର କଣ୍ଟାପଡା,ନିଆଳୀ,କଟକ ସଦର,ମାହାଙ୍ଗା ଓ ସାଲେପୁର ବିଡ଼ିଓଙ୍କ ପାଖକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ସହକାରୀ ଉଦ୍ୟାନ ଅଧିକାରୀ ମାନଙ୍କ ମାଧ୍ୟମରେ ସ୍ବତନ୍ତ୍ର ଫର୍ମରେ ଚାଷୀଙ୍କୁ ଆବେଦନ କରିବାକୁ ହେବ। ପ୍ରଥତ ପର୍ଯ୍ୟାୟରେ କଣ୍ଟାପଡା ୨୦୦,ନିଆଳୀ ୩୫୦,କଟକ ସଦର ୧୫୦,ମାହାଙ୍ଗା ୧୫୦ ଓ ସାଲେପୁର ବ୍ଲକକୁ ୧୫୦ ଟାର୍ଗେଟ ଦିଆଯାଇଛି।

Most Popular

To Top