ଅବିଭକ୍ତ କଟକ

ମରଣଯନ୍ତା ପାଲଟିଛି ଦୁହୁରିଆ ବାଇ ପାସ୍ ରୋଡ

କେନ୍ଦ୍ରାପଡ଼ା. ଶୋଭନ ଆଚାର୍ଯ୍ଯ : କଟକ-ଚାନ୍ଦବାଲି ରାସ୍ତା ର ଦୁହୁରିଆ ଛକ ଠାରେ ଥିବା ବାଇ ପାସ୍ ରୋଡ ଏବେ ମରଣଯନ୍ତା ପାଲଟିଛି । ଲଗାଣ ବର୍ଷା ପରେ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତା ସାରା ଖାଳଖମା ରେ ଭର୍ତି ।ପଥଚାରୀ ଙ୍କ ପାଇଁ ପ୍ରତି ପାଦରେ ସତେ ଯେମିତି ମୃତ୍ୟୁ ଅପେକ୍ଷା କରିଛି ।କଟକ-ଚାନ୍ଦବାଲି ୯ ନମ୍ଵର୍ ରାଜ୍ୟ ରାଜପଥ ଓ ଦୈତାରୀ-ପାରାଦୀପ୍ ଜାତୀୟ ରାଜପଥ କୁ ଏହି ରାସ୍ତା ଟି ସଂଯୋଗ କରୁଛି ।

ଏକ କିଲୋମିଟର ରୁ କମ୍ ଏହି ରାସ୍ତା ଟି ଦୁହୁରିଆ ପୋଲ ର ପାଖରୁ ବାହାରି ଜାତୀୟ ରାଜପଥ କୁ ସ୍ପର୍ଶ କରିଛି ।ରାସ୍ତାରେ ଦୈନିକ ହଜାର ହଜାର ଯାନବାହାନ ଚଳାଚଳ କରି ଥାନ୍ତି । ଚଣ୍ଡିଖୋଲ, ପାରାଦୀପ୍, କଟକ, ଯାଜପୁର କୁ ଏହି ରାସ୍ତା ସଂଯୋଗ କରୁଥିବା ବେଳେ କେନ୍ଦ୍ରାପଡ଼ା ସହର ମଧ୍ୟକୁ ଏହା ଅନ୍ୟତମ ସଡକ । ଅନେକ୍ ସମୟରେ ଲୁହା ପଥର ପରିବହନ ରେ ନିୟୋଜିତ ଟ୍ରକ୍ ଏବଂ ଅନ୍ୟାନ୍ୟ ଭାରିଯାନ ମଧ୍ଯ ଏହି ରାସ୍ତା ଦେଇ ଚଳାଚଳ କରି ଥାଆନ୍ତି ।

କିନ୍ତୁ ଏହି ବ୍ୟସ୍ତବହୁଳ ସଡକ ପ୍ରତି ପ୍ରଶାସନିକ ଅବହେଳା ଚରମସୀମା ରେ ପହଁଞ୍ଚିଛି । ରାସ୍ତା ସାରା ବଡ ବଡ ଖାଲ ପୋଖରୀର ଭ୍ରମ ସୃଷ୍ଟି କରୁଛି । ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟି ଧନଜୀବନ ନଷ୍ଟ ହେଉଛି ।ଲୋକେ ଏହି ରାସ୍ତା ରେ ଯାତାୟତ କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି ।ଏ ନେଇ ଦୁହୁରିଆ ବଜାର କମିଟି ପକ୍ଷରୁ ସ୍ଥାନୀୟ ପ୍ରସାଶନ କୁ ବାରମ୍ବାର ଅବଗତ କରାଯାଇଛି । ଏମିତିକି ଏକାଧିକ ଥର ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ ମଧ୍ଯ କରାହୋଇଛି । କିନ୍ତୁ ସୁଦ୍ଧା ଫଳ ଶୂନ ।କେନ୍ଦ୍ରାପଡ଼ା ର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଏହି ରାସ୍ତା ମରାମତି ପାଇଁ ଦାବି ହୋଇଛି ।

Most Popular

To Top