ଅବିଭକ୍ତ କଟକ

ମହୀଧରପଡା ରିଚ ଆପାର୍ଟମେଣ୍ଟରେ ରକ୍ତଦାନ ଶିବିର

କଟକ ସଦର ଥାନା ମହୀଧରପଡା ରିଚ ଆପାର୍ଟମେଣ୍ଟଠାରେ ମାନବାଧିକାର ସାମୁଖ୍ଯ କଟକ ଜିଲା ସଭାପତି କଳ୍ପତରୁ ଖୁଣ୍ଟିଆଙ୍କ ନେତୃତ୍ବ ଓ ପ୍ରାଚୀପ୍ରଜ୍ଞା ପରିଷଦ,ରିଚଗୃପ ସହଯୋଗରେ ଏକରକ୍ତଦାନ ଶିବିର ଅନୁଷ୍ଠିତହୋଇ ୩୫ ୟୁନିଟ ରକ୍ତସଂଗୃହିତ ହୋଇଥିବା ଜଣା ପଡ଼ିଛି।ଏହିଶିବିରକୁ ବାଲିଅନ୍ତା ଥାନାଧିକାରୀ ଶ୍ରୀ ପ୍ରଦିପ୍ତକୁମାର ରାଉତ ଓ କଟକସଦର ଥାନାଧିକାରୀ ଶ୍ରୀ ସୁଧାଂଶୁଭୂଷଣ ଜେନା ମିଳିତଭାବେ ଉଦଘାଟନ କରିଥିଲେ।ଶିବିରରେ ଦୁଇ ଥାନାଧିକାରୀ ଓ ଅନ୍ଯପୋଲିସ ଅଧିକାରୀଙ୍କୁ ପ୍ରାଚୀପ୍ରଜ୍ଞା ପରିଷଦର ସଭାପତି ଅଶ୍ବନୀ ମହାପାତ୍ର,ଆଞ୍ଚଳିକ ବିକାଶ ପରିଷଦ ସଭାପତି କେଦାରନାଥ ଜେନା ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାକ୍ସ ପ୍ରଦାନକରି ସମ୍ମାନିତ କରିଥିଲେ।ଗାୟକଆହ୍ଲାଦ ସୁରେନ୍ଦ୍ର ଛୋଟରାୟ,ଆଇନଜିବୀ କୃଷ୍ଣଚନ୍ଦ୍ର ମଲ୍ଲିକ,ଆଇନଜିବୀ ରାଜେନ୍ଦ୍ର ବଲ୍ଲଭ ବେହେରା,ଇଂ ସନ୍ଯାସୀ ପଣ୍ଡା,ସରକାରୀ ଓକିଲ କବିନାରାୟଣ ଜେନା,ହରିଅନ୍ତା ପଞ୍ଚାୟତ ବିଜେପି ସଭାପତି ବିଜୟ ପ୍ରଧାନ,ପଣ୍ତିତ ଅଜୟ ପତି,ଶିକ୍ଷାବିତ ଦିଲ୍ଲୀପ ବେହେରା, ସମବାୟବିତ ବଂଧୁଚରଣ ସାହୁ,କଟକଜିଲ୍ଲା ସଂଖ୍ଯାଲଘୁ ଜିଲ୍ଲା ସଭାପତି ଲାଲ ଖାଁ,ସୌମ୍ଯ ପଟନାୟକ, ଜ୍ଯୋତି ଜେନା,ପ୍ରଶାନ୍ତ ପାତ୍ର,ଲିଙ୍ଗରାଜ ମହାନ୍ତି,ବିପ୍ଳବ ଯାଦବ ରମେଶ ଭାରତୀ,ଗୋଲଖ ପାତ୍ରପ୍ରଭୃତି ଶିବିର ପରିଚାଳନା ସହ ମହାନ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

two + one =

Most Popular

To Top