ରାଜ୍ୟ

ମାଟିମା’ର ଡାକ: ସେ ଦିନର ଶିଶୁ ଶ୍ରମିକ ଲକ୍ଷ୍ମୀ ଆଜି ସ୍ପେନର ସଫଳ ସାମ୍ବାଦିକା ମ୍ୟାରୀୟା

ଅତିତକୁ ସେ ଭୁଲି ପାରି ନାହିଁ । ଯେଉଁଥି ପାଇଁ ୧୮ବର୍ଷ ପରେବି ମାଟିର ଆକର୍ଷଣ ତାକୁ ଟାଣି ଆଣିଛି ଜନ୍ମ ମାଟିକୁ । ଯୋଉ ମାଟିରେ ଶିଶୁ ଶ୍ରମିକ ଭାବେ କାମ କରି ମାଲିକାଣୀଙ୍କ ଚେଙ୍କ ଖାଇ ଉଦ୍ଧାର ହେବା ପରେ ଅନାଥ ଆଶ୍ରମରେ ଦିନ କାଟିଥିଲା, ଆଜି ସେହି ମାଟିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ନେଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି ।
ଏ କୌଣସି ଚଳଚିତ୍ରର କାହାଣୀ ନୁହେଁ । ବସ୍ତବ ଜୀବନର ସତ ଘଟଣା । ଏହେଉଛି ଦିନେ ଅନାଥାଶ୍ରମରେ ଦିନ କାଟି ପରେ ଘଟଣାଚକ୍ରରେ ସୁଦୁର ସ୍ପେନରେ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ଲକ୍ଷ୍ମୀର ଘଟଣା ବହୁଳ କାହାଣୀ ।

୧୯୯୯ ମସିହା ଅକ୍ଟୋବର ୧୯ ତାରିଖର କଥା । କଟକ ଜିଲ୍ଲା ଶିଶୁ ସୁରକ୍ଷା ସେଲର ଅଧିକାରୀ ମାନେ କଟକ ମଙ୍ଗଳାବାଗେ ମଲ୍ଲା ସାହିରଜଣେ ନର୍ସଙ୍କ ଘରୁ ଉଦ୍ଧାର କଲା ଗୋଟିଏ ୧୦ବର୍ଷର ଶିଶୁ ଶ୍ରମିକକୁ । ସ୍ଥାନୀୟ ଯୁବକ ସଂଘ ଦ୍ୱାରା ଅଧିକପାରୀଙ୍କୁ ଲକ୍ଷ୍ମୀ ନାମ୍ନୀ ଏହି ଶିଶୁ ଶ୍ରମିକ ଦେହରେ ଚେଙ୍କ ଦିଆଯିବା ଘଟଣା ସମ୍ପର୍କରେ ଖବର ପହଞ୍ଚିଥିଲା । ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରି ବସୁନ୍ଧରାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ତା ପରେ ଲକ୍ଷ୍ମୀର ଠିକଣା ବଦଳି ଯାଇଥିଲା । କଟକ ବସୁୁନ୍ଧରାରେ ଲକ୍ଷ୍ମୀ ନୂଆ କରି ଜୀବନ ବିତାଇବା ଆରମ୍ଭ କରିଥିଲା ।

ହେଲେ ହୁଏତ ଲକ୍ଷ୍ମୀର ଭାଗ୍ୟରେ ଏହା ହେବାର ନଥିଲା । ତେଣୁ ୨୦୦୧ ମସିହାରେ ସ୍ପେନ୍ର ଏକ ଦମ୍ପତି ବସୁନ୍ଧରାରେ ପହଞ୍ଚି ଲକ୍ଷ୍ମୀକୁ ପୋଷ୍ୟ ସନ୍ତାନ ଭାବେ ଗହଣ କରିବା ସହ ସାଙ୍ଗରେ ସୁଦୁର ସ୍ପେନ ନେଇ ଯାଇଥିଲେ ।
ଏହା ଭିତରେ ବିତି ଗଲାଣି ୧୮ବର୍ଷ । ସେଦିନର ୧୨ବର୍ଷର ଝିଅ ଲକ୍ଷ୍ମୀ ଏବେ ୨୪ ବର୍ଷର ଯୁବତୀ ମ୍ୟାରୀୟା । ଖାଲି ସେତିକି ନୁହେଁ ଇତି ମଧ୍ୟରେ ଲକ୍ଷ୍ମୀ/ମ୍ୟାରୀୟା ସ୍ପେନରେ ଜଣେ ଗଣମାଧ୍ୟମ ଅଧିକାରୀ ।

ଏତେ ସବୁ ଭିତରେ ଲକ୍ଷ୍ମୀ / ମ୍ୟାରୀୟାକିନ୍ତୁ ଭୁଲି ଯାଇନାହିଁ ତା ଜନ୍ମମାଟିକୁ । ୧୮ବର୍ଷ ପରେ ଫେରିଛି ଓଡିଶା, ଆଉ ବସୁନ୍ଧରାରେ ପହଞ୍ଚି ନିଜ ଅତୀତର ସ୍ମତିକୁ ସାଉଁଟିଛି । ସମସ୍ତଙ୍କ ସହ ମିଶିଛି । ବସୁନ୍ଧରାରେ ପହଞ୍ଚି ସେଦିନର ସାଙ୍ଗ ସାଥି ଓ ଅଧିକାରୀଙ୍କ ସହ ନିଜର ସ୍ମୃତି ବାଣ୍ଟିଛି । ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ସ୍ପେନର ବାସିନ୍ଦା ମ୍ୟାରୀୟା କିଛି ସମୟ ପାଇଁ ନିଜକୁ ଭୁଲିଯିବାକୁ ଚେଷ୍ଟା କରିଛି ଆଉ ଅନୁଭବ କରିଛି ସେଦିନର ବସୁନ୍ଧରାର ଲକ୍ଷ୍ମୀ ହୋଇ ।

Click to comment

Leave a Reply

Your email address will not be published. Required fields are marked *

5 × three =

Most Popular

To Top