ଅବିଭକ୍ତ କଟକ

ମାତିଛନ୍ତି ଲୁଟେରା,ଲୁଟ୍ ର ଶୀକାର ହେଉଛନ୍ତି ବୟସ୍କ

କେନ୍ଦ୍ରାପଡା:(ଶୋଭନ୍ ଆଚାର୍ଯ୍ୟ) :- ନିଜକୁ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇ ଅଭିନବ ଉପାୟରେ ଗାଁ ଗାଁ ବୁଲି ନିରୀହ ଗରିବ ଖଟିଖିଆ ଙ୍କୁ ପକ୍କା ଘର କରାଇଦେବା ର ପ୍ରଲୋଭନ ଦେଖାଇବା ସହିତ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା।
ତେବେ ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଂଚାୟତ ର ବାଙ୍କିମୁଣ୍ଡାଇ ଗ୍ରାମରୁ । ଠକାମିର ଶିକାର ହୋଇଛନ୍ତି ୭୦ ବର୍ଷ ବୟସ୍କ ରତ୍ନାକର ମହାନ୍ତି । ସୂଚନା ଅନୁସାରେ ଜଣେ ଅଜଣା ବ୍ୟକ୍ତି ବାଇକ୍ ଯୋଗେ ରତ୍ନାକର ମହାନ୍ତିଙ୍କ ଘରେ ପହଂଚି ନିଜକୁ ଡିଆରଡିଏ କର୍ମଚାରୀ ପ୍ରକାଶ ତ୍ରିପାଠୀ ବୋଲି ପରିଚୟ ଦେବା ସହିତ ତାଙ୍କୁ ୧୯୯୯ ମହାବାତ୍ୟାର କ୍ଷତିପୂରଣ ପାଇଥିବା ହିତାଧିକାରୀ ମାନଂକୁ ଡିଆରଡିଏ ତରଫରୁ ପକ୍କା ଘର ବାବଦରେ ୩ ଲକ୍ଷ ଟଙ୍କା ଦେବା ପାଇଁ ସରକାର ସ୍ଥିର କରିଛନ୍ତି ଓ ସେଥିରେ ରତ୍ନାକର ମହାନ୍ତି ଙ୍କ ନାମ ରହିଥିବା ଜଣାଇଥିଲେ। ସମସ୍ତ କାଗଜ ଜେରକ୍ସ ତାଙ୍କୁ ଦେଲେ ସେ ନିଜ ଦପ୍ତର ରେ ପହଂଚିବାକୁ କହିିିଥିଲେ। ତେବେ ରତ୍ନାକର ବାବୁ ନିଜର ଅକ୍ଷମତା ପ୍ରକାଶ କରି ଦୁଇହଜାର ଟଙ୍କା ଦେଇଥିଲେ । କର୍ମଚାରୀ ର ପରିଚୟ ଦେଉଥିବା ବାବୁ ଜଣକ ଦୁଇହଜାର ଟଙ୍କା ପକେଟସ୍ଥ କରିବା ସହିତ ତାଙ୍କୁ ଏକ ମୋବାଇଲ ନମ୍ବର ଦେଇ ସେହିଥିରେ ଫୋନ କରି ଅବଶିଷ୍ଟ ତିନିହଜାର ଟଙ୍କା ଦେଲେ ବିଜୁ ପକ୍କା ଘର ଟଙ୍କା ମିଳିଯିବ ବୋଲି ଜଣାଇଥିଲେ । ତେବେ ତା ପରଦିନ ରତ୍ନାକର ବାବୁ ସେହି ନମ୍ବର ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଡିଆରଡିଏ ଅଫିସ ରେ ପହଂଚି ପ୍ରକାଶ ତ୍ରିପାଠୀ ଙ୍କୁ ଖୋଜିଥିଲେ କିନ୍ତୁ ସେଭଳି କୌଣସି କର୍ମଚାରୀ ନାହାନ୍ତି ବୋଲି ଜାଣିବାକୁ ପାଇଥିଲେ! ତେବେ ସେ ଏଭଳି ଠକାମୀ ର ଶିକାର ହେବା ପରେ ନିକଟସ୍ଥ ଚାନ୍ଦୋଳ ଫାଣ୍ଡି ରେ ଲିଖିତ ଆକାର ରେ ସେ ଜଣାଇଛନ୍ତି। ଏହି ଲୁଟେରା ମାନେ ମୁଖ୍ୟତଃ ବୟସ୍କ ବ୍ୟକ୍ତି ମାନଙ୍କୁ ନିଜର ଶୀକାର ବନାଇ ଲୁଟୁଥିବା ର ସୂଚନା ମିଳୁଛି ।

Most Popular

To Top