ଅବିଭକ୍ତ କଟକ

ମାହାଙ୍ଗା:ବିଜେପି ନେତାଙ୍କୁ ହତ୍ଯା

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସବୁଠାରୁ ଉତ୍ତେଜନା ପ୍ରବଣ ପଞ୍ଚାୟତ ନୃତ୍ତାଙ୍ଗ
କୁଳମଣି ଓରଫ ପାଗଳ ବରାଳ ବିଜେପିରେ ସାମିଲ ହୋଇ ରାଜନୀତି କରୁଥିଲେ । ତାଙ୍କ ପୁଅ ରମାକାନ୍ତ ନୃତ୍ତାଙ୍ଗ ପଞ୍ଚାୟତର ସମିତିସଭ୍ୟ ଅଛନ୍ତି।ରାଜନୀତିରେ ଏହି ବାପ ପୁଅଙ୍କ ଦବଦବା ଦୀର୍ଘ ବର୍ଷ ହେବ ରହିଆସିଛି।ଆଜି ରାତିରେ କୁଳମଣି ନିଜ ବୁଲେଟରେ ଘରକୁ ଫେରିବା ରାସ୍ତାରେ କେହି ଦୁର୍ବୁତ୍ତ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଖସିଯାଇଥିଲେ।

ଘଟଣାସ୍ଥଳୀରେ ଏହି ଟାଣୁଆ ଭାଜପା ନେତା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ତେବେ ତାଙ୍କ ସହିତ ଥିବା ଅନ୍ୟତମ ସହଯୋଗୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ମାହାଙ୍ଗା ମେଡିକାଲରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି।ତେବେ ଗୁରୁତର ଅବସ୍ଥାରେ ପଚା ବରାଳ ନାମକ ଜଣେ ବୃଦ୍ଧଙ୍କୁ ଡାକ୍ତର କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି।

କୁଳମଣିଙ୍କ ବହୁ ସମର୍ଥକ ହସ୍ପିଟାଲରେ ହଂଗାମା କରିବା ଦେଖିବାକୁ ମିଳିଛି ।ବିଜେପିର ଜିଲ୍ଲା ସ୍ତରୀୟ ନେତାମାନେ ମାହାଙ୍ଗାରେ ପହଂଚିବା ସୂଚନା ମିଳୁଛି ।

ଏହି ହତ୍ୟା ଘଟଣାରେ କେଉଁମାନେ ଜଡିତ, ସେହି ଅପରାଧୀଙ୍କୁ ତୁରନ୍ତ ଗିରଫ ପାଇଁ ପୋଲିସ ପକ୍ଷରୁ ତନାଘନା ଚାଲିଛି।

Most Popular

To Top