ଅବିଭକ୍ତ କଟକ

ମାହାଙ୍ଗାରୁ ୯ଜଣ କଲେ ପ୍ଲାଜ୍ମା ଦାନ

ମାହାଙ୍ଗା: ମହାମାରୀ କରୋନା ଦିନକୁ ଦିନ ଅଧିକରୁ ଅଧିକ ସଂକ୍ରମିତ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ, ଏହାର ନିରାକରଣ ଓ ସଫଳ ଚିକିତ୍ସା ପାଇଁ ପ୍ଲାଜମା ଦାନ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେମାନଙ୍କୁ ପ୍ଲାଜମା ଦାନ ପାଇଁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଅନୁରୋଧ କରିଥିଲେ।ଏହି କ୍ରମରେ ଆଜି କଟକ ଠାରେ ଥିବା ରକ୍ତ ଭଣ୍ଡାରରେ ୯ ଜଣ ପ୍ଲାଜମା ଦାନ କରିଥିବା ଜଣାପଡିଛି ।

ଏହି ମହତ ଜୀବନ ଦାନ କାର୍ଯ୍ୟପାଇଁ ମନ୍ତ୍ରୀ ଶ୍ରୀ ଜେନା ପ୍ଲାଜମା ଦାତା ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି।

Most Popular

To Top