ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟବିହୀନ ସମ୍ରାଟ, ଗଣକବି ବୈଷ୍ଣବ ପାଣିଙ୍କ ୧୩୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଠପଦା ଠାରେ ଉଦଘାଟିତ ହୋଇଯାଇଛି ।
ଗଣକବି ସାଂସ୍କୃତିକ ସଂସଦ, ଅନୁକୁଲ୍ୟରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ସାହିତ୍ୟିକ ଅଖିଳେଶ ମହାନ୍ତି ସଭାପତିତ୍ୱ କରି କ୍ରାନ୍ତିକାରୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ କାଳଜୟୀ ସୃଷ୍ଟି ଏ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ ।
ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ହୃଦୟକୁ ଛୁଇଁଲା ଭଳି ରାଶିରାଶି କବିତା ଓ ନାଟକ ବୈଷ୍ଣବ ପାଣିଙ୍କୁ ଚିର ଅମର କରିପାରିଛି ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି କହିଲେ ନାଟକ ଜରୀଆରେ ଗଣକବି ନବଜାଗରଣ ସୃଷ୍ଟି କରିଥିଲେ ।
ସାମ୍ନାନିତ ଅତିଥିଭାବେ ପ୍ରାକ୍ତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା, ପ୍ରାକ୍ତନ ଚେୟାରମ୍ୟାନ ଭିକାରୀ ଚରଣ ସ୍ୱାଇଁ,କବି ଭକ୍ତ ଚରଣ ସାହୁ, ସଂସଦର ସଂପାଦକ ହୃଷିକେଶ ସ୍ୱାଇଁ, କବି ପ୍ରଶାନ୍ତ କୁମାର କର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ମଞ୍ଚ ଅଭିନେତା ସୁବାଷ ବେହେରା, ଜୟନ୍ତୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାଧାନାଥ ରାଉତ, ସରପଞ୍ଚ କଳ୍ପନା ଜେନା ଏବଂ ସମିତିସଭ୍ୟ ଲକ୍ଷ୍ମୀଧର ବେହେରା ପାଣି ସାହିତ୍ୟର ମୂଲ୍ୟାୟନ କରିଥିଲେ ।
