ରାଜ୍ୟ

ମିଶନ ଜିରୋ-ଏଫକୁ ମିଳିଲା ସ୍କଚ ସ୍ବର୍ଣ୍ଣ ଆଓ୍ବାର୍ଡ଼ Report:M.Bharat

ରାଜ୍ୟ ପାଇଁ ଗର୍ବ ଆଣିଲା କଟକ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଜିରୋ-ଏଫକୁ ମିଳିଛି ସ୍କଚ ସ୍ୱର୍ଣ୍ଣ ଆୱାର୍ଡ । ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ପାଠ ପଢାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଯାହାର ସାରଥୀ ସାଜିଥିଲେ ଖୋଦ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ତେବେ ପରିଶେଷରେ ଚଳିତ ବର୍ଷ ମାଟ୍ରିକ ଫଳାଫଳ ପରେ ଏହି ମିଶନର ପ୍ରଭାବ ସ୍ୱତଃ ଦେଖାଯାଇଥିଲା । ଏହି ମିଶନ ୨୦୧୯ ମସିହା ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଜିଲ୍ଲାର ୪୫୭ ହାଇସ୍କୁଲକୁ ସାମିଲ କରିଥିଲା କଟକ ଜିଲ୍ଲା ପ୍ରଶାସନ । ଯେତେବେଳେ ମାଟ୍ରିକ ରେଜଲ୍ଟ ଆସିଲା ତାହା ଥିଲା ବେଶ ସନ୍ତୋଷଜନକ ଥିଲା । ସମୁଦାୟ ୯ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯେଉଁମାନେ କି ଶିକ୍ଷା ଦିଗରେ ଦୁର୍ବଳ ରହିଥିଲେ ସେମାନେ ଭଲ ମାର୍କ ରଖି ପାସ କରିଥିଲେ । ଯାହାଦ୍ୱାରା ଏହି ମିଶନ ସଫଳ ସାବ୍ୟସ୍ତ ହୋଇଛି । ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ।

Most Popular

To Top