ବିଶେଷ

……ଯହ ତିଷ୍ଟତି ସଃ ବାନ୍ଧବ

ସେ ଶତୃ ନୁହେଁ ବରଂ ବନ୍ଧୁ। ଏପରି ଏକ ଉକ୍ତିକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି।କିନ୍ତୁ ଏପରି ଏକ ପ୍ରଶ୍ନର ଉତ୍ତର ମିଳିଛି। ଶାସ୍ତ୍ରରେ କୁହାଯାଇଛି ରାଜ ଦ୍ବାରେ ଶ୍ମସାନେ ଚ ଯହ ତିଷ୍ଠତି ସଃ ବାନ୍ଧବ। ଏହି ସଂସୄକୃତ ଉକ୍ତିକୁ କାହାରିକୁ ବୁଝାଇବା ଆବଶ୍ୟକ ମନେ ହୁଏନାହିଁ। ଏବେ କଥିତ ପ୍ରସଙ୍ଗକୁ ଆସିବାକୁ ଉଚ୍ଚିତ ମନେ କରୁଛି। କଥା ହେଉଛି ସଂପ୍ରତି ସାରା ପୃଥିବୀର ଜବସତ୍ତା ଏବେ ଏକ ଭୟଙ୍କର ଜୀବନ ଯୁଦ୍ଧକୁ ସାମ୍ନା କରୁଛି। ଏକ ଅପ୍ରତ୍ୟାଶିତ ଆକ୍ରମଣକୁ ପ୍ରତିହତ କରିବାକୁ ସଂଗ୍ରାମ କରୁଛି। ଆଉ ସେ ଆକ୍ରମଣ ଏକ ଅଦୃଶ୍ୟ ଆକ୍ରମଣ। ସେହି ଆକ୍ରମଣକୁ ପ୍ରତିହତ କରିବା ସହଜ ହୋଇଥାଏ ଯାହା ଦୃଶ୍ୟମାନ ହୋଇଥାଏ।କିନ୍ତୁ ଅଦୃଶ୍ୟ ଆକ୍ରମଣକୁ ପ୍ରତିହତ କରିବା କାଠିକର ପାଠ। ଏବେ ଅନେକ ପାଠକ ହୁଏତ ପରିସ୍କାର ହୋଇଯିବେଣି ଆମର ଆଲୋଚ୍ୟ ପ୍ରସଙ୍ଗ କେଉଁ ଆକ୍ରମଣକୁ ଇସାରା କରୁଛି। ହଁ ଆମେ ସେହି କରୋନା ମହାମାରୀର ଅଦୃଶ୍ୟ ଆକ୍ରମଣ ସମ୍ପର୍କରେ କହୁଛୁ।

ଏହି ଆକ୍ରମଣକୁ ପ୍ରତିହତ କରି ସାରା ସମାଜକୁ ସୁରକ୍ଷା ଦେବାପାଇଁ ଯେଉଁମାନେ ସମ୍ମୁଖ ଯୁଦ୍ଧକୁ ଅବତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୋଲିସ ବାହିନୀ। ନିଜ ଜିବନକୁ ବିପନ୍ନ କରି,କିଛି ଅମାନିଆଙ୍କ ରୋଷର ଶିକାର ହୋଇ ଆମକୁ ସୁରକ୍ଷିତ ରଖିବାର ପ୍ରୟାସ ଜାରି ରଖିଛନ୍ତି। ଏଠି ଗୋଟିଏ କଥା ପରିସ୍କାର କରିଦେବା ଠିକ୍ ହେବ। ଆମେ ସମସ୍ତେ କୁହନ୍ତି, ଅନୁଭବ କରନ୍ତି ପୋଲିସର ଗୋଟିଏ ଋପକୁ। ସାମାଜିକ ସୁରକ୍ଷା ଓ ଆଇନର ରକ୍ଷକ ଭାବେ ପରିଗଣିତ ହେଉଥିବା ପୋଲିସ ଏବେ ଅନ୍ୟ ଏକ ଋପରେ ଦୃଶ୍ୟମାନ ହେଉଛନ୍ତି। ଆଉ ସେ ଋପଟି ହେଉଛି ଏକ ବନ୍ଧୁର ଋପ। ଖାଲି ଜଣେ ବନ୍ଧୁ ବୋଲି କହିବା ଉଚିତ ହବନି ବରଂ ଜଣେ ଉତ୍ତମ ବନ୍ଧୁତାର ପରିଚୟ ଦେଇଛନ୍ତି ପୋଲିସ ବାହିନୀ। ଅନ୍ୟପଟେ ପୋଲିସ ଭିତରେ ଥିବା ଗୋଟିଏ ମଣିଷ ପଣିଆ ମଧ୍ୟ ଏବେ ପ୍ରକାଶ ପାଉଛି। ବିଭିନ୍ନ ସ୍ଥାନରେ ଯେପରି ପୋଲିସ ବନ୍ଧୁ ମାନେ ଅସହାୟ ଦିନ ଦରିଦ୍ର ଭୋକିଲା ମୁହଁରେ ଆହାର ପହଞ୍ଚାଉଛନ୍ତି ତାହା ଖାକି ପୋଷାକ ତଳେ ଲୁଚି ରହିଥିବା ଏକ ପରୋପକାରୀ ମଣିଷ ପଣିଆ କହିବାରେ କୌଣସି ଦ୍ବିଧା କରିବା ଉଚିତ ନୁହେଁ। ଖାଲି ଏତିକି ନୁହେଁ,ସମ୍ପ୍ରତି ମହାମାରୀ କରୋନା ପାଇଁ ଯେତେବେଳେ ସବୁକିଛି ଠପ୍ ହୋଇଯାଉଛି ସେତେବେଳେ ଏମାନେ ଚଳଚଞ୍ଚଳ ହୋଇ ସବୁ ଆବଶ୍ୟକତାକୁ ଦ୍ବାର ଦେଶରେ ପହଞ୍ଚାଇବାର ପ୍ରତିଶୃତି ଓ ଫଳବତୀ କରାଇବା କାର୍ଯ୍ୟ କଣ ଜଣେ ଉତ୍ତମ ବନ୍ଧୁର ପରିଚୟ ନୁହେଁକି ?


ତେବେ ଏଠାରେ ଗୋଟିଏ କଥା ପ୍ରକାଶ ନକଲେ ହୁଏତ ଭୁଲ୍ ହୋଇଯାଇ ପାରେ। ଏପରି ଏକ ଦୁର୍ଦ୍ଦିନରେ ମଣିଷ ପଣିଆର ପରିଚୟ ଦେଉଥିବା ପୋଲିସ ମାନେ ଠାଏ ଠାଏ ଆକ୍ରୋଶର ଶିକାର ହେଉଛନ୍ତି। ଏପରି ମାନସିକତା କାହିଁକି।ଯେତେବେଳେ ଯେତେବେଳେ ଜନମତ ସାମ୍ନାରେ ଆଇନ୍ ତାର ସ୍ଥିତି ପରଖିବାକୁ ବାଧ୍ୟ ହେଉଛି ସେତେବେଳେ ଆଉ କେଉଁ ଉଦାହରଣ ଆମ୍ଭମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ ?????

Click to comment

Leave a Reply

Your email address will not be published. Required fields are marked *

5 × three =

Most Popular

To Top