ରାଜ୍ୟ

ଯୁକ୍ତ ଦୁଇ ପରୀକ୍ଷା: ସମସ୍ତ କେନ୍ଦ୍ରରେ ସିସିଟିଭି

ଆସନ୍ତା ମାର୍ଚ୍ଚ ୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାର ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ସଚିବ ଚିତ୍ରା ଆରୁମଗମ। ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡ଼ିଓ କନଫରେନସିଂରେ ଆଲୋଚନା ହୋଇଥିବା ମଧ୍ୟ କହିଛନ୍ତି ସଚିବ । ଏଥିରେ ଉନ୍ନୟନ କମିଶନର, ଗଣଶିକ୍ଷା ସଚିବ, ପୋଲିସ ଏଡିଜିଏଡିଜ ଓ ସିଏଚଏସଇର କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ୧୬୨୮ ଟି ହାଇଅର ସେକେଣ୍ଡାରୀ ସ୍କୁଲ ଓ ଜୁନିଅର କଲେଜର ଚାରୋଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକରେ ୩. ୫୦, ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସମଗ୍ର ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ରଖିବା ଲାଗି ୨୦୨ ଟି ହବ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇଥର ଚେକିଂ କରାଯିବ । ଏଥି ସହ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା ହଲରେ ଖୋଲାଯିବ। ପୋଲିସ ସମ୍ପୂର୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ କୌଣସି ସ୍ଥାନରେ ଅସୁବିଧା ଖବର ଆସିଲେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପାଟ୍ରୋଲିଂ ଗାଡି ପହଁଚିବ ବୋଲି ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

thirteen − nine =

Most Popular

To Top