ଜାତୀୟ ଅନ୍ତର୍ଜାତୀୟ

ରାଜଯୋଗୀନୀ ଦାଦି ଜାନକୀଙ୍କ ପରଲୋକ

ବ୍ରହ୍ମା କୁମାରୀ ଆଧ୍ୟାତ୍ମିକ ସଂଗଠନର ମୁଖ୍ୟ ତଥା ସ୍ବଚ୍ଛ ଭାରତର ବ୍ରାଣ୍ଡ୍ ଆମ୍ବାସଡ଼ର ରାଜଯୋଗୀନୀ ଦାଦି ଜାନକୀଙ୍କ ପରଲୋକ ହୋଇଛି।୧୦୪ ବର୍ଷ ବୟସରେ ମାଉଣ୍ଟଆବୁରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ଦାଦିଙ୍କ ଅନ୍ତିମ ସଂସ୍କାର ଆଜି ସାଢ଼େ ତିନିଟା ସମୟରେ ଶାନ୍ତିବନରେ କରାଯିବ ବୋଲି ସୂଚନା ଦିଆଯାଇଛି।୧୯୧୬ ମସିହା ଜାନୁଆରି ୧ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୨୧ ବର୍ଷ ବୟସରୁ ସେ ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଆଗ୍ରହୀ ହୋଇଥିଲେ। ସେ ୧୯୭୪ରୁ ଲଣ୍ଡନରେ ମଧ୍ୟ ୪୦ ବର୍ଷ ବିତାଇଥିଲେ। ସେ ସମସ୍ତ ସଂସ୍କୃତି ଏବଂ ବୃତ୍ତିର ବ୍ୟକ୍ତିବିଶେଷଙ୍କୁ ଏକ ଉଚ୍ଚ ଉଦ୍ଦେଶ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଏବଂ ଏକ ଉନ୍ନତ ଜଗତର ସୃଷ୍ଟିରେ ସହଯୋଗ କରିବାକୁ ପ୍ରେରଣା ଦେଇଛନ୍ତି। ସେ ବିଶ୍ବର ୧୪୦ଟି ଦେଶରେ ବ୍ରହ୍ମା କୁମାରୀ ସଂସ୍ଥାର ପ୍ରତିଷ୍ଠା କରିଥିଲେ। ଦାଦିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

two × 5 =

Most Popular

To Top