ଏହି ଶରୀର ଆତ୍ମାର ମନ୍ଦିର ଏବଂ ପରମାତ୍ମାଙ୍କ ନିବାସସ୍ଥଳୀ ଅଟେ !ତେଣୁ ଏହାକୁ ଅପରିଷ୍କାର କରିବା ନାହିଁ !ଅସତ୍ୟ ଭାଷଣରେ ଏହି ମନ୍ଦିର ଅପବିତ୍ର ହୋଇଯାଏ !ନିଜ ମୁଖରେ ଭୁଲ ବଶତଃ ଅସତ୍ୟ ବଚନ ନ ବାହାରିବା ପାଇଁ ଚେଷ୍ଟା କରିବା !ଯଦି ଭୁଲବଶତଃ ଅସତ୍ୟ ବାହାରିପଡେ ସେଥିପାଇଁ ପ୍ରାୟଶ୍ଚିତ କରିବା !ଅସତ୍ୟ ନକହିବା ପାଇଁ ବ୍ରତ ନେବା !ସରଳତାକୁ ନିଜର ରଥ ଏବଂ ସତ୍ୟକୁ ନିଜର ଶସ୍ତ୍ର ସଜାଇ ନିଜର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା !”ସତ୍ୟମେବ ଜୟତେ ନାନୃତମ “!ଅର୍ଥାତ ସତ୍ୟର ହିଁ ବିଜୟ ହୁଏ କିନ୍ତୁ ଅସତ୍ୟର ନୁହେଁ !(ମୁଣ୍ଡକ ଉପନିଷଦ )!
