ଗ୍ରାମୀଣ ଓଡିଶା

ଶ୍ବଶୁରକୁ ବନ୍ଧୁକ ଦେଖାଇ ଜ୍ବାଇଁ ଗିରଫ

ଶଶୁରକୁ ବନ୍ଧୁକ ଦେଖାଇ ଜ୍ବାଇଁ ଗିରଫ ।ଘଟଣା ଘଟିଛି ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ଅନ୍ତର୍ଗତ ଜୟରଶାସନ ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଅଭିଯୁକ୍ତ ଜ୍ବାଇଁ ପ୍ରସନ୍ନଜିତ୍ ପ୍ରଧାନ (୨୩) କୁ ଗିରଫ କରିବା ସହ ତା ନିକଟରୁ ୩ଟି ଅଫୁଟା ଗୁଳି, ମାଗାଜିନ୍ ଓ ବନ୍ଧୁକ ଜବତ କରିଛି। ପ୍ରସନ୍ନଜିତ୍ ଘର ଓଲଟପୁର ଥାନା ଅଧୀନ ବାଗଲପୁର ରେ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ ଗତ ୬ ମାସ ତଳେ ଜୟରଶାସନ ଗ୍ରାମର କାହ୍ନୁଚରଣ ଦାସଙ୍କ ଝିଅକୁ ପ୍ରସନ୍ନଜିତ୍ ପ୍ରେମ ବିବାହ କରିଥିଲା। ଗତ ୨ ଦିନ ତଳେ କୈାଣସି କାରଣରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଯୋଗୁଁ ପତ୍ନୀ କବିତା ତାଙ୍କ ବାପଘର କୁ ପଳାଇ ଆସିଥିଲେ । ୯ ତାରିଖ ଦିନ ପ୍ରସନ୍ନଜିତ୍ ତାଙ୍କ ସ୍ତ୍ରୀ କୁ ନେବା ପାଇଁ ଶଶୁର ଘର ଜୟରଶାସନ ଆସିଥିଲେ । ମାତ୍ର କବିତା ତାଙ୍କ ସହ ଯିବାକୁ ଅରାଜି ହେବାରୁ। ସ୍ତ୍ରୀ ଙ୍କୁ ନଛାଡିଲେ ଶଶୁର କାହ୍ନୁଚରଣ ଙ୍କୁ ବନ୍ଧୁକ ଦେଖାଇ ଗୁଳିମାରିବାକୁ ଧମକ ଦେଇଥିଲେ। ଏନେଇ ଶଶୁର କାହ୍ନୁଚରଣ ପାହାଳ ଫାଣ୍ଡି ରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ଘଟଣାର ତଦନ୍ତ କରି ଗୁରୁବାର ଅଭିଯୁକ୍ତ ଜ୍ବାଇଁ ପ୍ରସନ୍ନଜିତ୍ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନିକଟରୁ ତିନୋଟି ଅଫୁଟା ଗୁଳି ଓ ବନ୍ଧୁକ ଜବତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ten − three =

Most Popular

To Top