ଅବିଭକ୍ତ କଟକ

ଶିକ୍ଷକ ସମାଜ ପାଇଁ” ‘ଭିକାରୀ ମାଷ୍ଟ୍ରେ’ଆଲୋକ ବର୍ତ୍ତିକା

କଣ୍ଟାପଡା ବ୍ଲକ ସୁନ୍ଦରଗ୍ରାମରେ ଜନ୍ମିତ ଭିକାରୀ ମାଷ୍ଟ୍ରେ ସାରା ଶିକ୍ଷକ ସମାଜ ପାଇଁ ଜଣେ ଉଦାହରଣୀୟ ବ୍ୟବକ୍ତିତ୍ୱ । ତାଙ୍କର ନୀତି ଆଦର୍ଶ ଆଜିର ଶିକ୍ଷକ ସମାଜ ଦ୍ୱାରା ଗ୍ରହଣୀୟ ହେବା ଉଚ୍ଚିତ । ସେଥବଲେ ଶିକ୍ଷକ ସମାଜ ପାଇଁ ଆଲୋକ ବର୍ତ୍ତିକା ସମ । ତାଙ୍କର ଶିକ୍ଷାଦାନ,ଛାତ୍ର ବତ୍ସଳତା ସର୍ବୋପରି ଉତ୍ତମ ବ୍ୟବହାର ତାଙ୍କୁ ଚୀର ଅମର କରି ରଖିବ । ଭକାରୀ ମାଷ୍ଟ୍ରେ ମେମୋରିଆଲ ଟ୍ରଷ୍ଟ ତରଫରୁ ସୁନ୍ଦରଗ୍ରାମରେ ଆୟୋଜିତ ସ୍ୱର୍ଗତ ଶିକ୍ଷକ ଭିକାରୀ ଚରଣ ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିକୀ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅବସରରେ ବହୁ ବିଶିଷ୍ଟ ବକ୍ତା ମାନେ ଏପରି ମତ ପୋଷଣ କରିଛନ୍ତି ।
କଣ୍ଟାପଡା ବ୍ଲକ ଅନ୍ତର୍ଗତ ସୁନ୍ଦରଗ୍ରାମ ବଜାରରେ ଅଞ୍ଚଳର ଛାତ୍ର ବତ୍ସଳ ଶିକ୍ଷକ ସ୍ୱର୍ଗତ ଭୀକାରୀ ଚରଣ ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିିକୀ ଓ ଏହି ଅବସରରେ ପ୍ରତିଭା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଗଲପୁର ସରପଞ୍ଚ ଦ୍ୱାରୀକା ନାଥ ଦାଶଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦଧିଚୀ ଶିକ୍ଷା ସମୂହର ଅଧ୍ୟକ୍ଷ ଇଂ ଡ. ମନୋଜ ଦାଶଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଚୀ ଗବେଷକ ହଂସନାଥ ସାହୁ,ପ୍ରାଚୀପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର,କଣ୍ଟାପଡା ବିଇଓ ପ୍ରତାପ ପ୍ରଧାନ,ଏବିଓ ଅରୁଣ କୁମାର ମହାପାତ୍ର,ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ମହାନ୍ତି,ଦୁଃଶାସନ ଜେନା,ଭାବଗ୍ରାହୀ ରାଉତ,ଅଚ୍ୟୁତ ପ୍ରଧାନ ଓ କେଦାର ନାଥ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କାରିଥିଲେ । ଏହି ଅବସରରେ ଚଳିତ ବର୍ଷ ପାଇଁ ଆଦର୍ଶ ଶିକ୍ଷକ ଭାବେ ହରେକୃଷ୍ଣ ଭୋଇ ଓ ସତ୍ୟଜିତ ବେହେରାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ କଣ୍ଟାପଡା ବ୍ଲକରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ବ୍ରାହ୍ମଣସାଇଲୋ ହାଇସ୍କୁଲ ଛାତ୍ର ସତ୍ୟ ପ୍ରକାଶ ସ୍ୱାଇଁ,ଦ୍ୱିତୀୟ ସର୍ବୋଚ ନମ୍ବର ରଖିଥିବା ଗୋବିନ୍ଦପୁର ହାଇସ୍କୁଲ ଛାତ୍ରୀ ସୌମ୍ୟା ସେଫାଳୀ ଭଟ୍ଟ,ସୁନ୍ଦରଗ୍ରାମ ଉଚ୍ଚ ବାଳୀକା ବିଦ୍ୟାଳୟ ଛାତ୍ରୀ ଲିପ୍ସା ବେହେରା,ସୁନ୍ଦରଗ୍ରାମ ଉଚ୍ଚ ବାଳକ ବିଦ୍ୟାଳୟ ଛାତ୍ର ରାଜେଶ ବେହେରା,ଗରଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ସୋନାଲୀ ବେହେରା,ବ୍ରାହ୍ମଣବାଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ରୁପାଲୀ ସେଠୀ,କଣ୍ଟାପଡା ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଅଂଶୁମାନ ନନ୍ଦ ଓ ଦୀପ୍ତେଶ ରାଉତରାୟଙ୍କୁ ଅତିଥି ମାନେ ସେମାନଙ୍କ କୃତିତ୍ୱ ପାଇଁ ସମ୍ଭର୍ଦ୍ଧିିତ କରିଥିଲେ । ଶିକ୍ଷକ ଆଶେକ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଗ୍ରାମ କେଶରୀ ରାଉତରା ସ୍ୱାଗତ ଭାଷଣ ଓ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ଆର୍ତ୍ତଭଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଭିକାରୀ ମହାନ୍ତିଙ୍କ ଦୁଇ ସୁପୁତ୍ର ଫଣୀ ଭୁଷଣ ମହାନ୍ତି ଓ ରଶ୍ମିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

Most Popular

To Top