ରାଜ୍ୟ

ଶିଶୁ ସୁରକ୍ଷା ପାଇଁ ଡିଜିଙ୍କୁ ଭେଟିଲେ ଲେଖାଶ୍ରୀ,Report:M.Bharat

ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ,ଦୁଷ୍କର୍ମ ଓ ନିଖୋଜ ସଂଖ୍ୟା ବୃଦ୍ଧି ପାଉଛି।ଫଳରେ ଆଇନଶୃଙ୍ଖଳା ରାଜ୍ୟରେ ଭୁଶୁଡି ପଡିଛି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆସି ଡିଜିପି ଙ୍କୁ ଭେଟିଛନ୍ତି । ଏହା ସହ ଏକ ସ୍ମାରକପତ୍ର ମଧ ଡିଜିପି ଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ରେ ୪ ହଜାର ୬୦୪ ଶିଶୁ ନିଖୋଜ ଥିବା ନେଇ ଏନ ସି ଆର୍ ବି ରିପୋର୍ଟ ରେ ଉଲ୍ଲେଖ ରହିଥିବା କହିଛନ୍ତି ଲେଖାଶ୍ରୀ। ତେଣୁ ଓଡ଼ିଶା ପୋଲିସ ତଦନ୍ତରେ ଶିଥିଳତା ପଡିଯାଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ । ତେବେ ଆଜି ପରୀ ମୃତ୍ୟୁ ରିପୋର୍ଟ ଆସିବାକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି ଲେଖାଶ୍ରୀ। ତଦନ୍ତକାରୀ ସଂସ୍ଥା ଏସ ଆଇ ଟି ର ରିପୋର୍ଟ ମୁତାବକ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏଥିପାଇଁ ଓଡିଶା ପୋଲିସ ଅଧିକ କ୍ରିୟାଶୀଳ ହୋଇ ଏ ଦିଗରେ ତଦନ୍ତ କରୁ ବୋଲି ଦାବି କରିଛନ୍ତି ବିଜେପି ନେତ୍ରୀ। କେଉଁ କେଉଁ ଜିଲ୍ଲାରେ କେତେ ଜଣ ଶିଶୁଙ୍କୁ ଅପହରଣ ଓ ନିଖୋଜ ହୋଇଛନ୍ତି ଏବଂ ପୋଲିସ୍ ବିଭାଗ କେତେ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସେ ବିଷୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

Most Popular

To Top