ଅବିଭକ୍ତ କଟକ

ଶୀଳ୍ପ ସଂସ୍ଥାର ଆବର୍ଜନା ଅଲିଭ୍ ରିଡ଼ଲେ ପାଇଁ ବିପଦ

କେନ୍ଦ୍ରାପଡ଼ା : ସାରା ବିଶ୍ୱରେ ଭିତର କନିକା ଓ ଗହୀର ମଥା ଏକ ବିରଳ ଓ ଅନନ୍ୟ ପରିଚୟ । ଭିତରକନିକାର ଯାହା ଅଛି ତାହା ସାରା ବିଶ୍ୱରେ ଅନ୍ୟ କେଉଁଟି ନାହିଁ ବୋଲି କେନ୍ଦ୍ରାପଡ଼ା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା ରେ ମତ ପ୍ରକାଶ ପାଇଛି । ଗହୀର ମଥା କଇଁଛ ସୁରକ୍ଷା ସମିତିର ସଭାପତି ସତ୍ୟ ପ୍ରକାଶ ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ‘ଭିତର କନିକା ସନ୍ଧ୍ୟା ଓ ପରିବେଶ କବିତା ପାଠ ଉତ୍ସବ’ ଶୀର୍ଷକ କାର୍ଯ୍ୟକ୍ରମ ରେ ଆଲୋଚକ ଭାବେ ଯୋଗ ଦେଇ କବି ହେମନ୍ତ ରାଉତ ଭିତର କନିକା ର ଜୈବ ବିବିଧତା ଉପରେ ଆଲୋକ ପାତ କରିଥିଲେ । କେନ୍ଦ୍ରାପଡ଼ା ର ପଡୋଶୀ ଜିଲା ର ଶିଳ୍ପୀ ସଂସ୍ଥା ଅଲିଭ୍ ରିଡ଼ଲେ ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିଥିଲେ । ପରିବେଶବିତ୍ ଅଶୋକ ସ୍ଵାଇଁ ଅନ୍ୟତମ ଅଲୋଚକ ଭାବେ ଯୋଗ ଦେଇ ପରିବେଶ ପାଇଁ ଆମେ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏଥିରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ର ସଭାପତି ଅକ୍ଷୟ କୁମାର ପାଣି ଯୋଗ ଦେଇ କେନ୍ଦ୍ରାପଡ଼ା ର ପର୍ଯ୍ୟଟନ କୁ ଶିଳ୍ପର ମାନ୍ୟତା ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି କହିଥିଲେ । ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ଅତିଥି ଭାବେ ଯୋଗ ଦେଇ ସାରସ୍ଵତ ସମାରୋହରେ ପରିବେଶର ବାର୍ତ୍ତା ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା କୁ ପ୍ରସଂଶା କରିଥିଲେ । ଏଥିରେ କବି ହେମନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ସମ୍ପାଦକ ମହମ୍ମଦ ଯାହିଦ ଖାଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଗହୀର ମଥା ର ବ୍ୟଥା ଶୀର୍ଷକ ଏକ ନାଟକ ମଞ୍ଚସ୍ତ ହୋଇଥିଲା । ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା କବି ମାନେ ସ୍ଵ ରଚିତ କବିତା ପାଠ କରିଥିଲେ । ତୃତୀୟ ସନ୍ଧ୍ୟାରେ ଶ୍ରୀ ବଳଦେବ ଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

18 − fourteen =

Most Popular

To Top