କ୍ରୀଡା

ଶେଷ ହେଲା ଆଇ ସି ଏ ଆର୍ ପୁର୍ବ କ୍ଷେତ୍ର ଖେଳକୁଦ

ପାଞ୍ଚ ଦିନ ଧରି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପୂର୍ବାଞ୍ଚଳ ଖେଳ କୁଦ ପ୍ରତିଯୋଗିତା ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିସର ଖେଳପଡ଼ିଆ ରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅନୁଷ୍ଠାନ ର ନିର୍ଦେଶକ ଡକ୍ଟର ହିମାଂଶୁ ପାଠକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ରବିନ୍ଦ୍ର କୁମାର ସାହୁ  ପ୍ରମୁଖ ପ୍ରଶାସନିକ ଅଧିକାରୀ ବସନ୍ତ ସାହୁ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇଥିଲେ।
୧୩ ଟି ରାଜ୍ୟରୁ ୧୯ ଟି ଅନୁଷ୍ଠାନର ୫୦୦ ରୁ ଅଧିକ ପ୍ରତିଭାଗିମାନେ ୩୪ ପ୍ରକାର ବିଭିନ୍ନ ଖେଳ ମଧ୍ୟରୁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକ କୁ ସର୍ବମୋଟ ସ୍କୋର ଆଧାର ରେ କ୍ଷେତ୍ରିୟ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଛି ।ବାରାକପୁର ସ୍ଥିତ କ୍ରାଇଜାଫ ସଂସ୍ଥାକୁ ଭଲିବଲ ସ୍ମାସିଂରେ ସ୍ୱର୍ଣ୍ନ ପଦକ କୋଲକାତା ସ୍ଥିତ ନିମଫେଟ ସଂସ୍ଥା କୁ ଟେବୁଲ ଟେନିସ୍ ପୁରୁଷ ବର୍ଗରେ ସ୍ୱର୍ଣ୍ନ ପଦକ ସିକିମ ଏନ୍ ଆର୍ ସିି ଅର୍କିଡ କୁ ଟେବୁଲ ଟେନିସ୍ ମହିଳା ବର୍ଗରେ ସ୍ୱର୍ଣ୍ନ ପଦକ ମିଳିଛି।ପୂର୍ବ କ୍ଷେତ୍ର ଖେଳ କୁଦ ପ୍ରତିଯୋଗିତାରେ ଏନ୍ ଇ ଏଚ୍ ବାରାପାଣି ଅନୁଷ୍ଠାନ ର ଶ୍ରୀ କିଟ ବକ ରିୟାଙ୍ଗ କୁ ଶ୍ରେଷ୍ଠ ପୁରୁଷ ଖେଳାଳି ବାରାକପୁର ଅନୁଷ୍ଠାନ ର ସୁଶ୍ରୀ ଅଙ୍କିତା ଘୋଷ ଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

5 × 4 =

Most Popular

To Top