ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ରାଜଧାନୀ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘର ଆନ୍ତର୍ଜାତୀୟ ସଂସ୍କରଣ ଉଦ୍ଘାଟିତ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତିସଂଘ ର ଆନ୍ତର୍ଜାତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି| ଏହି ଅବସରେରେ ଉଚ୍ଚ ଶିକ୍ଷା ,କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ|ସେ ଅତୀବ ରୋଚକ ଭାବରେ ସରଳତା ,ସତ୍ୟ , ଶୃଙ୍ଖଳା ପରି ମାନବୀୟ ମୂଲ୍ୟ ବୋଧ କୁ ଆଦରି ନେବାକୁ ପରାମର୍ଶ ଦେଇଥିଲେ | ବିଶ୍ୱବିଦ୍ୟାଳୟର ପରିବେଶରେ ଅଦ୍ଭୁତାପୂର୍ଣ ବାତାବରଣ ଥିବାରୁ ସେ ଏହିଠାରେ ଛାତ୍ର ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ |ଅନ୍ୟ ଦେଶ ତୁଳନା ରେ ଭାରତ ଗବେଷଣା କ୍ଷେତ୍ର ରେ ପଛୁଆ ଥିବାରୁ ସେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଏହି ଦିଗରେ ନିଜର ରୁଚି ବଢେ଼ଇବାକୁ କହିଥିଲେ | ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସୁଖମୟ ବାତାବରଣ ର ଭୁରି ଭୁରି ପ୍ରଶଂସା କରିଥିଲେ |ଏହି ଅବସରରେ ସଂଗୀତ ବିଭଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ବତୀ ବନ୍ଦନା,ନୃତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ଓଡିଶୀ ନୃତ୍ୟ ଓ ଯୋଗ ବିଜ୍ଞାନ ବିଭାଗ ତରଫରୁ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା |ସେହିପରି,ଉଦ୍ଘାଟନୀ ଉତ୍ସବ ରେ ଇନ୍ଷ୍ଟିଟ୍ୟୁଟ ଅଫ କ୍ୱାଲିଟି ଆଣ୍ଡ ଏନବିରମେଣ୍ଟ ସେରବିସସ ପ୍ରାଇଭେଟ ଲିମିଟେଡ଼ ର ନିର୍ଦେଶକ ଏବଂ ପ୍ରତିଷ୍ଟାଥା,ଶ୍ରୀ ସୁବ୍ରତୋ ପାଣିଗ୍ରାହୀ ଓ ୱେଷ୍ଟ ବେଙ୍ଗଲ , ମିଳିତ ଜାତିସଂଘ ଫେଡେରେସନର ସେକ୍ରେଟାରୀ ଜେନେରାଲ ସୁଶ୍ରୀ କୁସୁମ ମୁସାଦ୍ଦି ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ|ଅନ୍ୟ ମାନଙ୍କ ମଧ୍ୟ ରେ ବିଶ୍ୱବିଦ୍ୟାଳୟ ର କୂଳସଚିବ ଡ଼. ବି ଆର ଶର୍ମା ,ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ଉପସ୍ଥିତ ଥିଲେ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ସାଧାରଣ ସଂପାଦକ କୁମାରୀ ପ୍ରଣତି ନାଗ ସାଇ କାଯ୍ୟକ୍ରମ ପରିଚାଳନା କରିଥିଲେ | ଏହି କାଯ୍ୟକ୍ରମ ଛାତ୍ର ଛାତ୍ରୀ ମାନକ ସୁପ୍ତ ପ୍ରତିଭା କୁ ପରିଷପୁଟ୍ଠା କରିବାରେ ସହାୟକ ହୋଇଛି |ତୁର୍ତିୟ ଥର ପାଇଁ ଏହି କାଯ୍ୟକ୍ରମ ର ଆୟୋଜନ କରାଯାଇଛି |ଏହିଥିରେ ୨୦ ରୁ ଅଧିକ ଶିକ୍ଷା ଅନୁଷ୍ଠାନ ରୁ ମୋଟ ୫୦୦ ଉତ୍କଣ୍ଠା ସହ ଛାତ୍ରଛାତ୍ରୀ ଓ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତି|

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧

Copyright © 2018 Aama Khabar AH Web SolutionsThemetf

To Top