ରାଜ୍ୟ

ସଂରକ୍ଷିତକୁ ସଂରକ୍ଷିତ କରି ନବୀନ ଖେଳିଲେ ମହିଳା କାର୍ଡ

ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲୋକସଭାରେ ଏପରି ବ୍ୟବସ୍ଥା କରାଯିବା ଉଚ୍ଚିତ କହି ସବୁ ଦଳର ନେତାଙ୍କ ପାଇଁ ଉଦାହରଣୀୟ ପାଲଟିଥିଲେ । ହେଲେ ଯେତେବେଳେ ଏହି ବ୍ୟବସ୍ଥା କଥା ଆସିଲା ସେତେବେଳେ ସମସ୍ତେ ପଛେଇଗଲେ । କିନ୍ତୁ କଥା ଉଠାଇଥିବା ନବୀନ ପଛାଇବାକୁ ଆଉ ଚାରା ନଥିଲା । ତେଣୁ ବାଧ୍ୟହୋଇ କହିଥିବା କଥାକୁ କାର୍ଯ୍ୟରେ ଲଗାଇବାକୁ ହେଲା । ଯେଉଁଥିପାଇଁ ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କ ପରି ଜଣେ ସାଧାରଣ ତଥା ବୟସ୍କ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରି ନବୀନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଇତି ମଧ୍ୟରେ ନବୀନ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ପାଞ୍ଚଟି ଆସନରେ ମହିଳାଙ୍କୁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଲେଣି । ଆଗକୁ ରାଜ୍ୟର ଅନ୍ୟ ଏକ ଲୋକସଭା ଆସନରେ ମ୍ୟଧ୍ୟ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ତାଙ୍କ କଥା ରଖିବାକୁ ଚେଷ୍ଟା କରିୁଥିବା ଶୁଣିବାକୁ ମିଳୁଛି । ଏପରି କରି ସେ କହିଥିବା କଥାକୁ କାର୍ଯ୍ୟରେ କରି ଦେଖାେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।ୠତ ୨୭ ତାରିଖରେ ଘୋଷିତ ହୋଇଥିବା ୯ଟି ଲୋକସଭା ଆସନରରେ ନବୀନ ଦୁଇଜଣ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ ପୁର୍ବରୁ ଜଣେ ମହିଳା ପ୍ରତିନିଧିତ୍ୱ କରୁଥିବା ଯାଜପୁର ଆସନରେ ଅନ୍ୟ ଜଣେ ମହିଳାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଜଗତସିଂହପୁର ଆସନଟି ନୂଆ କରି ମହିଳାଙ୍କ ପାଇଁ ଦଳ ସଂରକ୍ଷିତ କରିଛି ।


ତେବେ କଥା ଏବେ ଅନ୍ୟଏକ ଦିଗକୁ ଇସାରା କଲାଣି । ଆଉ ସେ ଦିଗଟି ହେଉଛି ସଂରକ୍ଷିତକୁ ସଂରକ୍ଷିତ କରି ନବୀନ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିବାରେ ସଫଳ ହୋଇଛନ୍ତି । ଯାହା ସାଧାରଣ ଓଡିଶାବାସୀ ବୁଝିବାକୁ ଟିକେ ସମୟ ଳାଗିବ ଓ ସେତେବେଳକୁ ନିର୍ବାଚନ ପ୍ରାୟତଃ ସରି ଯାଇଥିବ କଥାଟି ହେଉଛି ଯେଉଁଯେଉଁ ଆସନରେ ନବୀନ ମହିଳାଙ୍କ ନାମ ଘୋଷଣା କରିଛନ୍ତି ସେଥି ମଧ୍ୟରୁ କେବଳ ଆସିକା ଲୋକସଭା ଆସନକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସମସ୍ତ ଆସନ ପୁର୍ବରୁ ଅନୁସୂଚୀତ ଜାତୀ କିମ୍ବା ଜନଜାତୀ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା । ବର୍ତ୍ତମାନ ସୁଦ୍ଧା ନବୀନ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା କୋରାପୁଟ,ସୁନ୍ଦରଗଡ,ଯାଜପୁର,ଭଦ୍ରକ ଓ ଜଗତସିଂହପୁର ଆସନ ପୁର୍ବରୁ ଅନୁସୂଚୀତ ଜାତୀ ଓ ଜନଜାତୀ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଆସିଛି । ଏହି ଆସନରୁ ପୁର୍ବରୁ ଝିନ୍ନ ହିକ୍କା,ଜୁଏଲ ଓରାମ,ରୀତା ତରାଇ,ଅର୍ଜୁନ ସେଠୀ ଓ ଡାକ୍ତର କୂଳମଣୀ ସାମଲ ପ୍ରତିନିଧିତ୍ୱ କରୁଥିଲେ । ହେଲେ ଏବେ ନବୀନଙ୍କ ନୂଆ ପ୍ଲାନରେ ସେହି ଆସନ ଗୁଡିକୁ ଦଳ ମହିଳାଙ୍କ ପାଇଁ ସଂରକ୍ଷିତ କରି ଦେଇଛି । ଏହି ଆସନରେ ମହିିଳାଙ୍କୁ ପ୍ରାର୍ଥୀ କରି ନବୀନ ରାଜ୍ୟବାସୀଙ୍କୁ ଚକମା ଦେଖାଇବାକୁ ଚେଷ୍ଟା କରିଥିବା ବେଳେ ସାରା ଭାରତ ବର୍ଷରେ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତିନା ଅନ୍ୟ କୌଣସି ଭିନ୍ନ କାରଣ ରହିଛି ତାହା ବୁଝା ପଡୁନାହିଁ । କେବଳ ଅସିକା ଲୋକସଭା ଆସନରେ ପୁର୍ବରୁ ଥିବା ଲଡୁ କିଶୋର ସ୍ୱାଇଁଙ୍କ ସ୍ଥାନରେ ୫ମିନିଟ୍ ମଧ୍ୟରେ ସାରା ରାଜ୍ୟରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିବା ପ୍ରମିଳା ବିଷୋୟୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଣା କରିବା ବ୍ୟତିତ ଅନ୍ୟ କୌଣସି ସାଧାରଣ ବର୍ଗର ପ୍ରାର୍ଥୀ ପ୍ରତିନିଧିତ୍ୱ କରୁଥିବା ଆସନକୁ ନବୀନ ପରିବର୍ତ୍ତନ କରି ମହିଳାଙ୍କୁ ଦେବାକୁ ପ୍ରୟାସ କରି ନାହାନ୍ତି । ହେଲେ ଏବେ ଏପରି ଏକ ଅନାଲୋଚିତ ଘଟଣା ସାଧାରଣରେ ଆଲୋଚନା ହେବା ଆରମ୍ଭ ହେଲାଣି । ଏପରି କରି ନବୀନ ପରୋକ୍ଷରେ କେବଳ ଅନୂସୂଚୀତ ଜାତୀ ଓ ଜନଜାତୀ ବର୍ଗର ଲୋକଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ବାଧକ ସାଜିନାହାନ୍ତି ବରଂଗୋଟିଏ ବ୍ୟବସ୍ଥାକୁ ଭିନ୍ନ ରଙ୍ଗ ଦେଇ କିପରି ପ୍ରଶଂସା ଗୋଟାଇ ହୁଏ ତାହା କରି ଦେଖାଇବାରେ ଶତ ପ୍ରତିଶତ ସଫଳ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

seventeen − eight =

Most Popular

To Top