ଅବିଭକ୍ତ କଟକ

ସାଂସଦ ଅନୁଭବଙ୍କ ନାମରେ ଏତଲା,Kendrapada AKNS

କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଅଭିଯୋଗ । ବକେୟା ଟଙ୍କା ମାଗି ବିଫଳ ହେବା ପରେ ବଳଦେବଜୀଉ ଆଡ୍ ମେଡିଆ ର ମାଲିକ ସ୍ମୃତି ରଞ୍ଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ସାଂସଦ ଅନୁଭବଙ୍କ ନାମରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରେ ଲେଖା ଯାଇଥିବା ସୂଚନା ଅନୁଯାୟୀ ଗତ ୨୦୧୯ ନିର୍ବାଚନରେ ସାଂସଦ ଅନୁଭବ ମହାନ୍ତି ତାଙ୍କର ନିର୍ବାଚନୀ ପ୍ରଚାର ପତ୍ର ଓ ଫ୍ଲେକ୍ସ ଇତ୍ୟାଦି ତିଆରି ପାଈଁ ବଳଦେବଜୀଉ ଆଡ୍ ମେଡିଆ କୁ ନିୟୋଜିତ କରିଥିଲେ । ସମସ୍ତ ଫ୍ଲେକ୍ସ ପ୍ରସ୍ତୁତି ବାବଦକୁ ମୋଟ୍ ୩୨ ଲକ୍ଷ ୫୬ ହଜାର ୪ ସହ ଟଙ୍କା ବିଲ୍ ହୋଇଥିଲା । ତେବେ ସାଂସଦ ଶ୍ରୀ ମହାନ୍ତି ପ୍ରଥମେ ୨୦ ଲକ୍ଷ ୫୫ ହଜାର ଟଙ୍କା ଦେଇଥିଲେ । ପରେ ତାଙ୍କ ଆକାଉଣ୍ଟ୍ ରୁ ଦୁଇ ଟି କିସ୍ତିରେ ୫୫ ହଜାର ୯୬୧ ଟଙ୍କା ଦେଇଥିଲେ । କିନ୍ତୁ ଅବଶିଷ୍ଟ ୧୧ ଲକ୍ଷ ୪୫ ହଜାର ୪୩୯ ଟଙ୍କା ଦେଇ ନଥିଲେ । ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ ଆଜି ବଳଦେବଜୀଉ ଆଡ୍ ମେଡିଆ ର ମାଲିକ ସ୍ମୃତି ରଞ୍ଜନ ବେହେରା ସାଂସଦ ଅନୁଭବ ମହାନ୍ତି ଙ୍କ ନାମରେ ଏତଲା ଦେଇଛନ୍ତି । ସେ ଇ ମେଲ ଜରିଆରେ ସଦର ଥାନା, ଏସଡିପିଓ କେନ୍ଦ୍ରାପଡ଼ା, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଏତଲା ନକଲ ଦେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।ତେବେ ଏ ନେଇ ପୁଲିସ କିଛି କହୁନଥିବା ବେଳେ କିମ୍ବା ସାଂସଦ ଅନୁଭବ ମହାନ୍ତି ଏପରି ଅଭିଯୋଗ କୁ ଖଣ୍ଡନ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

2 × 4 =

Most Popular

To Top