ରାଜ୍ୟ

ସାତ ବର୍ଷ ପରେ ଆସିଲା ରାୟ: କାନ୍ଦି ପକାଇଲେ ଅଭିଯୁକ୍ତ

ପତି ପତ୍ନୀର ସମ୍ପର୍କ ଜନ୍ମ ଜନ୍ମାନ୍ତର । ପତ୍ନୀର ସମସ୍ତ ପ୍ରକାର ସୁରକ୍ଷା ପତିଙ୍କ ଦାୟୀତ୍ୱ । ହେଲେ ପତି ନେଇଥିଲା ପତ୍ନୀର ଜୀବନ । ଖାଲି ଜୀବନ ନେଇନଥିଲା ବରଂ ଜୀବନରୁ ମାରି ସାରିବା ପରେ ତା ମର ଶରୀରକୁ ଖଣ୍ଡଖଣ୍ଡ କରି ଲୁଚାଇ ରଖିବା ପରି ଘଟଣାର ୭ବର୍ଷ ପରେ ଆସିଲା ରାୟ ।

ଭୁବନେଶ୍ୱର ନୟାପଲ୍ଲୀ ଥାନାଞ୍ଚଳରେ ନିଜ ପତ୍ନୀଙ୍କୁ ୩୦୦ ଖଣ୍ଡ କରି ୨୦ ଦିନ ପର୍ଯ୍ୟନ୍ତ ଟିଫିନ୍‌ରେ ପୁରାଇ ରଖିଥିବା ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରୀଡାଙ୍କୁ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ୨୦୧୩ ମସିହା ଜୁନ୍ ୧୩ ତାରିଖରେସେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ୩୦୦ଖଣ୍ଡ କରି ଏକ ଟିଫିନ୍ ବାକ୍ସରେ ପୁରାଇ ଲୁଚାଇ ରଖିଥିଲେ ।

୨୨ ତାରିଖରେ ଏହି ଘଟଣା ଜଣାପଡିବା ପରେ ନୟାପଲ୍ଲୀ ପୋଲିସ କର୍ଣ୍ଣେଲ ପରୀଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟରେ ଜଜ୍ ମାମଲାର ରାୟ ଶୁଣାଇବା ସମୟରେ ଅଭିଯୁକ୍ତ ପରୀଡା କାନ୍ଦି ପକାଇବା ସହ ନିଜକୁ ନିର୍ଦ୍ଦୋଶ ବୋଲି ବାରମ୍ବାର କହୁଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

3 × five =

Most Popular

To Top