ଅବିଭକ୍ତ କଟକ

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଙ୍କୀ : ଆଜି ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶାସନିକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନଜଣାଇ ଥିଲେ,ଏବଂ ବିଗତ ବର୍ଷ ପରି ଚଳିତ ବର୍ଷ ଜାକଜମକରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

ସାଧାରଣତନ୍ତ୍ର ଦିବସ ଦିନ ପ୍ରଦ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯିବ,ସକାଳେ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରଭାତ ଫେରି,ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଙ୍କଦ୍ଵାରା ମାଲ୍ୟ।ପ୍ରନ ,ସକାଳ ୭/୩୦ ମିନିଟ ସମୟରେ ବିଭିନ୍ନ ସ୍କୁଲ ,କଲେଜ,ଓ ସରକାରୀ ,ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ।ସ୍ଥାନୀୟ କଜେରୀ ପଡ଼ିଆରେ ସକାଳ ୮/୪୫ ମିନିଟ ସମୟରେ ଉତ୍ସବର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ।କାଯ୍ୟକ୍ରମ ମଧ୍ୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ମଧ୍ୟରେ ଓଡ଼ିଆ ବକୃତା ପ୍ରତିଯୋଗିତା ଓ ବିଦ୍ୟାଳୟ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ,ସମ୍ବିଳିତ ପରେଡ଼,ସାଂସ୍କୃତିକ କାର୍ଯ୍ୟକ୍ରମ,ମିଷ୍ଟାନ୍ନ ଓ ଫଳ ବଣ୍ଟନ ଆଦି ସମ୍ପର୍କରେ ବୈଠକରେ ସ୍ଥିରତ କରାଗଲା।ଏଥି ସହିତ ଉକ୍ତ ଦିନ ବାଙ୍କୀ କ୍ରୀଡା ସଂସଦ ଆନୁକୂଲ୍ୟରେ କ୍ରିକେଟ ଟ୍ୱେଣ୍ଟି ଟ୍ୱେଣ୍ଟି, ଫୁଟବଲ ,ବ୍ୟାଡମିଟନ ଖେଳ ଖେଳାଯିବାର ବୈଠକରେ ନିଷ୍ପତ୍ତି କରାଗଲା ।

ଉକ୍ତ ବୈଠକରେ ବାଙ୍କୀ ବି ଡି ଓ ଶ୍ରୀ ପ୍ରଭାତ କୁମାର ସାହୁ,ତହସିଲଦାର ବାଙ୍କୀ ପଦ୍ମ ଚରଣ ସାହୁ, ତହସିଲଦାର ଡମପଡା କ୍ଷୀତିଶ ବେହେରା,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବିଶ୍ବାଳ,ସହକାରୀ ଜିଲ୍ଲାପାଳ ବିଜୟ କୁମାର ସାହୁ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଓକିଲ,ବରିଷ୍ଠ ନାଗରିକ, ସାମ୍ବାଦିକ,ବିଭିନ୍ନ ସ୍କୁଲର ଶିକ୍ଷକ ମାନେ ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

three × two =

Most Popular

To Top