ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ସାମ୍ବାଦିକଙ୍କ ଗ୍ରହଣୀୟତା ଓ ସୁରକ୍ଷା ପାଇଁ ଚିନ୍ତା କରିବାର ସମୟ ଆସିଛି, Report Ramesh Pradhan

କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାଧାରଣ ଲୋକଙ୍କ ପାଖରେ ଜଣେ ସାମ୍ବାଦିକ କିପରି ଗ୍ରହଣୀୟ ହୋଇ ପାରିବେ ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି। ସେଥିପାଇଁ ଉଭୟ ସରକାର ଓ କାର୍ଯ୍ୟରତ ସାମ୍ବାଦିକ ମାନେ ଉଚିତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି। ଆଜି ଏସ ୟୁ ଜେ (ଓଡିଶା ) କଟକ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶାଖାର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ସାହୁଙ୍କ ବିବରଣୀ ପାଠ ପରେ ବାଙ୍କୀ ଅଞ୍ଚଳର ଓ୍ବେବ ଚ୍ୟାନେଲ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ବର୍ବରୋଚିତ ହତ୍ୟା ଘଟଣାର ତୀବ୍ର ନିନ୍ଦା କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା। କେବଳ ସେତିକି ନୁହେଁ କଖଡି ଅଞ୍ଚଳର ସାମ୍ବାଦିକ ପ୍ରଦୀପ ନାୟକଙ୍କୁ ସ୍ଥାନୀୟ ବନବିଭାଗର ଅନ୍ୟାୟ ଗିରଫଦାରୀକୁ ଆଜିର ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା ଓ ଏହି ଘଟଣାରେ ପୀଡିତ ସାମ୍ବାଦିକଙ୍କୁ ସଂଘର ରାଜ୍ୟ ଓ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ନୈତିକ ସମର୍ଥନ ଓ ନିଆ ଯାଇଥିବା ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ତାଳଚେର ଅଞ୍ଚଳରେ ଜୈନିକ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଚ ରାସ୍ତାରେ ମାଡ ଘଟଣାକୁ ସଂଘ ପକ୍ଷରୁ ଅନୁଗୁଳ ଏସପିଙ୍କୁ ଅବଗତ କରାଯିବା ସହ ଖବର ପ୍ରସାରଣ ଭଳି ନିଆ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେତୁ ମାମଲାର ପୁନଃ ତଦନ୍ତ ପରେ ପୂର୍ବରୁ ପ୍ରମାଣ ଅଭାବରୁ ଖସିଯାଇଥିବା ଆସାମୀ ମାନଙ୍କୁ ଗିରଫ କରାଯିବା ଘଟଣାକୁ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନେ ପ୍ରଶଂସା କରିଥିଲେ।

ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକତ୍ରିତ ହେବା , ଜିଲ୍ଲାରେ ନୂତନ ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା , ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରାଯିବା,ବିନା ବାଛ ବିଚାରରେ ସାମ୍ବାଦିକ ମାନଙ୍କ ବିପଦ ଆପଦ ସମୟରେ ସମର୍ଥନ ଜଣାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ସୀତାନାଥ ସିଂହ,କାର୍ଯ୍ୟକାରିଣୀ ସଦସ୍ୟ ଦିପକ ମଙ୍ଗରାଜ ,ଅଭୟ ଜେନା,ସେକ ଜାଭେଦ,ଧିରେନ୍ଦ୍ର ସାହୁ,ଅସିତ କୁମାର ସାମଲ,ସୁବାଶିଷ ବସନ୍ତରାୟ,ସୁରେଶ ବଳ,ଲଳିତ ନାରାୟଣ ଦାସ,ପ୍ରଦୀପ କୁମାର ନାୟକ,ଯୁଧିଷ୍ଠିର କୁଣ୍ଡୁ, ରଘୁନାଥ ଆଚାର୍ଯ୍ୟ, ଅଜିତ କୁମାର ସ୍ବାଇଁ, ସୁଧାକର ମହାପାତ୍ର ,ରତ୍ନାକର ବାରିକ, ସନ୍ତୋଷ ବାରିକ ଏବଂ ଶଙ୍କର ନାୟକ ପ୍ରମୁଖ ଯୋଗଦେଇ ଗଠନମୂଳକ ପରାମର୍ଶ ଦେଇଥିଲେ।

ଅଦ୍ୟାବଧି ସଂଗଠନରେ ସାମିଲ ହୋଇପାରିନଥିବା ସାମ୍ବାଦିକଙ୍କୁ ସଦସ୍ୟତା ଗ୍ରହଣ ନିମନ୍ତେ ଖୁବ୍ ଶିଘ୍ର ଏକାଧିକ ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆଜି ବିଭିନ୍ନ ବ୍ଲକ ଓ ମୁନିସିପାଲିଟି ଅଂଚଳରୁ ଆବେଦନ କରିଥିବା ନୂତନ ସଭ୍ୟ /ସଭ୍ୟା ମାନଙ୍କ ସଦସ୍ୟତା ପତ୍ର ରାଜ୍ୟ ସଂଘକୁ ପ୍ରେରଣ କରାଯାଇଥିଲା ।ସଂଘର ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top