ବିଶେଷ

ସାରା ବିଶ୍ୱ ଅନୁକରଣ କଲା ଆମ ସଂସ୍କୃତିକୁ

ବେଶି ଦିନର କଥା ନୁହେଁ । ମାତ୍ର ଦୁଇବର୍ଷ ତଲେ ଘଟିଥିଲା ଏପରି ଏକ ଘଟଣା । ଯେତେବେଳେ ଆମେ ସମସ୍ତେ କହିଥିଲେ ଯେତେ ଅବୁଝା ହେଲେ ବି ପ୍ରକୃତ୍ତିରାଣୀ ବୁଝାଇ ଦେଇଗଲା । ଏ ଘଟଣା ଘଟିଥିଲା ଦ୍ୱୀପାବଳୀରେ ବାଣଫୁଟାକୁ ନେଇ । ବାଣ ଫୁଟାଇବା ଦ୍ୱାରା କେବଳ ଅର୍ଥର ଅପବ୍ୟୟ ହୁଏ ତାହା ନୁହେଁ ବରଂ ଅମର କ୍ଷଣିକ ଆନନ୍ଦ ପ୍ରକୃତି ଉପରେ ଢେର ପ୍ରଭାବ ପକାଇଥାଏ । ହେଲେ ପରିବେଶବିତ୍ ମାନେ ଯେତେ ବୁଝାଇଲେ,ସରକାର ଯେତେ ବିଜ୍ଞାପନ ଦେଲେ ମଧ୍ୟ ଆମେ ତାକୁ ମାନିବାକୁ ନାରାଜ । ଦ୍ୱୀପାବଳୀ ଦିନ ଦୋକାନ ଠାରୁ ଘର ପର୍ଯ୍ୟନ୍ତ ସବୁଠି ଚାଲେ ବାଣର ରାଜୁତୀ । ହେଲେ ସେ ବର୍ଷ ଦ୍ୱୀପାବଳୀ ଦିନ ଏପରି ଅବସ୍ଥା ହେଲା ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖୋଜିବାକୁ ପଡିଲା । ବର୍ଷା ପବନ ସାଙ୍ଗକୁ କୋହଲା ପାଗ ସାରା ପରିବେଶକୁ ବେଶ ଥଣ୍ଡା କରିଦେଲା । ଲୋକେ ଘରେ ହଜାରହଜାର ଟଙ୍କାର ବାଣ ମହଜୁଦ୍ ରଖିଥିଲେ ବି କେବଳ ପାରମ୍ପରୀକ ଦୀପଦାନରେ ଦ୍ୱୀପାବଳୀକୁ ସିମୀତ ରଖିବାକୁ ବାଧ୍ୟ ହୋଇଥିଲେ ।


ସେମିତି ଏବେ ଆଉ ଏକ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱ ଆପଣେଇ ନେଇକ୍ତି । ଭାରତୀୟ ସଂସ୍କୃତିରେ ଜଣେ ଅନ୍ୟ ଜଚ୍ଚଙ୍କୁ ସମ୍ମାନ ଦେବାକୁ ହେଲେ ପ୍ରଣାମ କରିଥାନ୍ତି । ଏବେ ଏହି ସଂସ୍କୃତିକୁ ବାଧ୍ୟ ହୋଇ ଆପଣେଇଛି ସାରା ବିଶ୍ୱ । ମହାମାରୀ କରୋଣା ଭୟରେ ଏବେ ପାଶ୍ଚାତ୍ୟ ସଭ୍ୟତାର କରମର୍ଦ୍ଦନକୁ ଛାଡି ସମସ୍ତେ ଆପଣେଇଛନ୍ତି ନମସ୍କାର ବା ପ୍ରଣାମକୁ । ବିଶ୍ୱର ବଡବଡ ସେଲିବ୍ରେଟି ମାନେ ଏବେ କରମର୍ଦ୍ଦନ କରିବା ପରିବର୍ତ୍ତେ ପ୍ରଣାମକୁ ଆପଣେଇଛନ୍ତି । ଏମିତିକି ଆମେରୀକାର ରାଷ୍ଟ୍ରପତି ମଧ୍ୟ ଏହି ପରମ୍ପରାକୁ ଆପଣେଇଥିବା ବେଳେ ଏହି ଭାରତୀୟ ସଂସ୍କୃତି ଓ ଏପରି ପ୍ରଣାମକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ଏପରି ଘଟଣା ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଭିତରେ ଲୁଚି ରହିଥିବା ଗୁଢ ତଥ୍ୟକୁ ସ୍ୱିକାର କରିବାକୁ ଏକ ପ୍ରକାର ବାଧ୍ୟ କରିଛି ।

Click to comment

Leave a Reply

Your email address will not be published. Required fields are marked *

eleven + 16 =

Most Popular

To Top