ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ବିଶେଷ

ସୀମା ଟପିଗଲା: ଏବେ ନିଷ୍ପତ୍ତିର ବେଳ, BY.RAGHU ACHARYA

ରଘୁନାଥ ଆଚାର୍ଯ୍ୟ
ଯଦି ଘରେ ଅଛନ୍ତି ତେବେ ଆପଣଙ୍କ ଟିଭି ଖୋଲି ଦେଖନ୍ତୁ…କଣ କହୂୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ । ବକ୍ତବ୍ୟରେ ରାଜନୀତିର ଆରୋପ ପ୍ରତ୍ୟାରୋପ ନାହିଁ କି ଆପଣଙ୍କ ମୂଲ୍ୟବାନ ମତ ସାବ୍ୟସ୍ତ କରିବାକୁ ପ୍ରବର୍ତ୍ତାଉ ନାହାନ୍ତି ।ବରଂ ବଞ୍ଚିବା ପାଇଁ କରୁଛନ୍ତି ଆକୁଳ ନିବେଦନ । ସେ ବଞ୍ଚିବା ପୁଣି ତାଙ୍କ ପାଇଁ ନୁହେଁ, ବରଂ ଆମ୍ଭମାନଙ୍କ ମୂଲ୍ୟବାନ ଜୀବନ ପାଇଁ ସେମାନେ ହାତଯୋଡି କରୁଛନ୍ତି ଏପରି ଦୃଦୟଷ୍ପର୍ଶି ନିବେଦନ । ତେବେ କାହିଁକି ? ଆଜି ଆମେ ଯାହାଙ୍କୁ ଆମର ଶାସନ ଗାଦୀରେ ମୁଖ୍ୟ କରି ବସାଇଛେ ସେମାନେ କାହିଁକି ଆମକୁ ଏପରି ହାତଯୋଡି ନିବେଦନ କରିବା ପର୍ଯ୍ୟନ୍ତ କଥା ଗଲା?? ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକତ ପୁରା ଓଡିଆ ନୀତିରେ ଆମକୁ ଆମ ବାପ,ମା ଓ ପୁଅ ଝିଅଙ୍କ ଦ୍ୱାଦୀ ଦେଇ ଶପଥ କରିବାକୁ ନିବେଦନ କଲେ । ସେ ନିବେଦନ ପୁଣି କିଛି ବିରାଟ ତ୍ୟାଗ ପାଇଁ ନୁହେଁ ବରଂ ଆମ୍ଭେମାନେ ଘରୁ ବାହାରକୁ ନବାହାରିବା ପାଇଁ ।
ବୋଧ ହୁଏ ସ୍ୱାଧିନତା ଆନ୍ଦୋଳନ ପାଇଁ ଜାତୀର ଜନକ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଏପରି ନିବେଦନ କରିଥିଲେ କି ନାହିଁ ତାହାତ ଆମେ ଜାଣିନେ, କିନ୍ତୁ ଆଜି ଆମ ଗଣତନ୍ତ୍ରର ଦୁଇ ମୁଖ୍ୟ ପୁରୋଧା ଯେପରି ନିବେଦନ କଲେ ତାହା ବାସ୍ତବିକ୍ ଯଦି କେହି ଓଡିଆ ହୋଇଥିବେ… ଭାରତ ମାତାର ରକ୍ତ ତା ଶରୀରରେ ପ୍ରବାହୀତ ହେଉଥିବ ତେବେ ସେ ନିଶ୍ଚୟ ଏ ଦୁଇ ଶାସନ ମୂଖ୍ୟଙ୍କ ଅନୁରୋଧର ଗୁରୁତ୍ୱ ଉପଲବ୍ଧି କରି ଆସନ୍ତା ୨୧ ଦିନ ପାଇଁ ବାହାରକୁ ନବାହାରି ନିଜକୁ, ନିଜ ପରିବାରକ, ସର୍ବୋପରି ଓଡିଶା ଓ ଭାରତବାସୀଙ୍କୁ ବଞ୍ଚାଇବା ପାଇଁ ଚାଲିଥିବା କରୋନା ବିରୋଧି ଯୁଦ୍ଧରେ ଜଣେଜଣେ ସୈନୀକ ପରି କାର୍ଯ୍ୟ ତୁଲାଇବେ । ଆମେ ଆମ ପୋଲିସ ଭାଇଙ୍କୁ ଆକ୍ସନ ମୁଡ୍‌କୁ ଆସିବାକୁ ବାଧ୍ୟ କରିବା ନାହିଁ ବରଂ ଏପରି ସାର୍ବଜନ ହୀତ କାର୍ଯ୍ୟରେ ସହଯୋଗ କରିବା ।
ତେବେ ଆସନ୍ତୁ,ଆମ୍ଭେମାନେ ଶପଥ ନେବା ୨୧ ଦିନ ପର୍ଯ୍ୟନ୍ତ ବାହାରକୁ ନବାହାରି ମହାମାରୀ କରୋନା ପାଇଁ ଆମେ ଜଣେ ଜଣେ ମହାମାରୀ ପାଲଟିଯିବା ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top