ଅବିଭକ୍ତ କଟକ

ସେବା ଓ ପ୍ରଣାମର ପ୍ରତିଦାନ ଆଶୀର୍ବାଦ: ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର

ଭକ୍ତି, ସେବା ଓ ସମର୍ପଣ ପ୍ରତିଦାନରେ ଆଶିର୍ବାଦ ପ୍ରାପ୍ତ ହୁଏ।ନିଜ ସଂସ୍କୃତି ପରମ୍ପରା ଓ ଐତିହ୍ୟ କୁ ଉଚ୍ଚା ରଖିବାକୁ ହେଲେ ମନରେ ଜାତୀୟତା ବୋଧ ଆଣିବାକୁ ହେବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର।

କଟକ ଜିଲ୍ଲା ଓଲଟ ପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନର ୩୬ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ମହାପାତ୍ର ଏପରି କହିଥିଲେ।

ଏହି ଅବସରରେ ଖଲିକୋଟ ବିଶ୍ବବିଦ୍ୟାଳୟ ର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର, ଅନୁଷ୍ଠାନର ନିର୍ଦେଶକ ଡ଼.ଶକ୍ତି ପ୍ରସାଦ ଦାସ,ଉପନିର୍ଦେଶକ ଡ଼.କିଶୋର ମହାପାତ୍ର, ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ନିରତାର ର ବିଭିନ୍ନ ପ୍ରଗତି ମୂଳକ କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ।

ମୁଖ୍ୟଅତିଥି ଦିବ୍ୟାଙ୍ଗ ଜନ ମାନଙ୍କୁ ଉପକରଣ ବଣ୍ଟନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

19 + twelve =

Most Popular

To Top