ଅବିଭକ୍ତ କଟକ

ସ୍ବାମୀଙ୍କ ଛୁରାମାଡ଼ରେ ମହିଳା ସ୍ବାସ୍ଥ୍ୟକର୍ମୀ ମୃତ

କଟକ ସଦର ଥାନା ମହୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର ଅଙ୍ଗନବାଡି କେନ୍ଦ୍ର କୁ ଡ୍ୟୁଟିରେ ଆସିଥିବା ଏ ଏନ୍ ଏମ୍ ପ୍ରିତୀ ପ୍ରଧାନ ତାଙ୍କ ସ୍ବାମୀ ଙ୍କ ଛୁରାମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି। ସବୁଦିନ ପରି ଆଜି ତାଙ୍କ ସ୍ବାମୀ ଅକ୍ଷୟ ସାହୁଙ୍କ ସହ ଡ୍ୟୁଟିରେ ଆସିଥିଲେ। କୌଣସି କାରଣରୁ ହଠାତ ଅକ୍ଷୟ ପ୍ରିତୀ ଙ୍କ ପେଟକୁ ଛୁରାମାଡ଼ କରିଥିଲେ।ଚିତ୍କର ଶୁଣି ଲୋକେ ରୁଣ୍ଡ ହୋଇ ପୋଲିସ କୁ ଖବର ଦେଇଛନ୍ତି।ଘଟଣା ସ୍ଥଳରେ ଅଭିଯୁକ୍ତକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗୀରଫ କରିଛି।

Most Popular

To Top