ଅବିଭକ୍ତ କଟକ

ୟୁ ଏନ୍ କଲେଜରେ ବିଶ୍ବ ମହିଳା ଦିବସ ପାଳିତ

କଣ୍ଟାପଡା ବ୍ଲକ ଅଡଶପୁର ସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଦୈତାରୀ ସିଂଙ୍କ ସଭାପତିତ୍ୱରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନର ବରିଷ୍ଠ ସଭ୍ୟା. ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ର ସଭ୍ୟା ସୁଶ୍ରୀ ମନ୍ଦାକିନୀ କର ଯୋଗ ଦେଇ ନାରୀ ସୁରକ୍ଷା ଉପରେ ଆଲୋକ ପାତ କରିଥିଲେ। ସେଇ ପରି ସଭାରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବାଣିଜ୍ୟ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ମହାପାତ୍ର, ଗଣିତ ବିଭାଗର ଅଧ୍ୟାପକ ମହେନ୍ଦ୍ର କୁମାର ମହାପାତ୍ର, ରାଜନୀତି ବିଭାଗର ଅଧ୍ୟାପିକା ଜ୍ଞାନାଞ୍ଜଳୀ ପରିଡା ଓ ଯୋଗ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ନାରୀଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଅତିଥି ପରିଚୟ କରିଥିଲେ ସ୍ୱେଚ୍ଛାସେବୀ ସୋନାଲି ତ୍ରିପାଠୀ ଓ ଯଯାତି କେଶରୀ ସାହୁ ସେହିପରି ଧନ୍ୟବାଦ ପ୍ରଦାନ କରିଥିଲେ ଦିବ୍ୟସିଂ ସେଠି। ପାୟଲ ମିଶ୍ର, ସିଦ୍ଧାନ୍ତ ନାୟକ, ବିସ୍ମୟ ପାତ୍ର, ଶ୍ରମିଷ୍ଠ ବେଉରା, ବିଶ୍ୱଶ୍ରୀ ଦାସ, କାର୍ତିକ କୁମାର ରାଉତ, ଯଶମିନ ପରିଡା, ଶୋଭା ସାହୁ ମହମ୍ମଦ ଯିଶାନ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

three × 2 =

Most Popular

To Top