ରାଜ୍ୟ

୨୩ରେ ହେବ ଭକ୍ତ ଓ ଭଗବାନ୍ ଙ୍କ ମହା ମିଳନ

ଆସନ୍ତା ୨୩ ତାରିଖରେ ହଟିବ ଭକ୍ତ ଓ ଭଗବାନ୍ ଙ୍କ ମଧ୍ୟରେ ଥିବା ବ୍ୟବଧାନ। ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପହଡ଼। ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ବାସିନ୍ଦା ମାନଙ୍କ ପାଇଁ ଶ୍ରୀଜୀୟୁ ମାନଙ୍କ ଦର୍ଶନ ଉପଲବ୍ଧ ହେବ। ୨୩ ତାରିଖରୁ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ପରିବାର ଦର୍ଶନ କରିପାରିବେ। ସେବାୟତ ପରିବାର ଓ ସେବାୟତ ମାନେ ଶ୍ରୀମନ୍ଦିରର ୪ ଦ୍ୱାର ଦେଇ ଦର୍ଶନ କରିପାରିବେ। ୨୬ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ବାସିନ୍ଦା ଦର୍ଶନ କରିବେ। ପରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଭକ୍ତ ମାନଙ୍କୁ ଦର୍ଶନ କରିବାର ଅନୁମତି ମିଳିବ। ବୟସ୍କ ଓ ଶିଶୁଙ୍କ ପାଇଁ ଦର୍ଶନ ନିଷିଦ୍ଧ କରାଯାଇଛି। ତେବେ ସବୁ କ୍ଷେତ୍ରରେ କୋଭିଡ଼ କଟକଣା ଓ କୋଭିଡ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ ରହିବ ବୋଲି ପୁରୀ ଜିଲ୍ଲାପାଳ ବଲବନ୍ତ୍ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Most Popular

To Top