ଅବିଭକ୍ତ କଟକ

୨୬/୨୭ କଟକ ଜିଲ୍ଲାପାଳଙ୍କ ଅଫିସ ବନ୍ଦ

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରଖି ରବିବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ଜନୈକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ଜାଣିବାପରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଆସନ୍ତା ଅଗଷ୍ଟ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏହି ଦିନରେ ସମ୍ପୂର୍ଣ୍ଣ କାର୍ୟ୍ୟାଳୟ ପରିସରକୁ ବିଷଧନ କରାଯିବ।ଏଥି ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଜାରି କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Most Popular

To Top