ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ୱାରେଣ୍ଟି ଧରିବାକୁ ବରଯାତ୍ରୀ ସାଜିଲା ଓଲଟପୁର ପୋଲିସ

ବାଜା ବାଜୁଥିଲା,ବାଜାର ତାଳେ ତାଳେ ବରଯାତ୍ରୀବି ଝୁମୁଥିଲେ । ହେଲେ ହଠାତ୍ ଜଣେ ବରଯାତ୍ରୀଙ୍କୁ ମାଡି ବସିଲେ ଅନ୍ୟ କିଛି ବରଯାତ୍ରୀ । ସମସ୍ତେ ଭାବୁଥିଲେ ମଜାରେ ଚାଲିଛି ସବୁକିଛି । ହେଲେ କେହି କିଛି ବୁଝିବା ଆଗରୁ ଲାଗିଲା ପୋଲିସ ଗାଡି ଓ ସେହି ଗାଡିରେ ଉଠାଇନେଲେ ମାଡିବସିଥିବା ବରଯାତ୍ରୀ ଜରଙ୍କୁ । ଆଜି ଏମିତି ଏକ ଦୃଶ୍ୟ ବେଶ କିଛି ସମୟ ପାଇଁ ଅବୁଝା ହୋଇପଡିଥିଲା କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ବାଗଲପୁରର ଏକ ମନ୍ଦିର ନିକଟରେ ।୨୦୧୮ ମସିହାର ଏକ ଠକେଇ ମାମଲାରେ ୱାରେଣ୍ଟିଥିବା ଜଣେ ଅଭିଯୁକ୍ତକୁ ପୋଲିସ ବରଯାତ୍ରୀ ଦଳରେ ବରଯାତ୍ରୀ ହୋଇ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଗୋବିନ୍ଦପୁର ଥାନା ଅନ୍ତର୍ଗତ କୋକିପଦା ଗ୍ରାମର ବିରେନ ନାୟକ ହୋଇଥିବା ବେଳେ କଟକ ସଦର ଥାନାରେ ତାଙ୍କ ନାମରେ ମାମଲା ଥିବା ଜଣାପଡିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ତଥ୍ୟ ମୁତାବକ ଗୋବିନ୍ଦପୁର ଥାନା କୋକିପଦା ଗ୍ରାମର ବିଜୟ ନାୟକଙ୍କପ ପୁଅ ବିରେନ ଏକ ଟ୍ରାକ୍ଟର କମ୍ପନୀରେ କାମ କରୁଥିବା ବେଳେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ କଟକ ସଦର ଥାନାରେ ୩୩/୨୦୧୮ ଦଫା ୪୦୮ରେ ମାମଲା ଦାୟର ହୋଇଥିଲା । କିନ୍ତୁ ଅଭିଯୁକ୍ତ ବିରେନ ସେହିଦିନ ଠାରୁ ଫେରାର ଥିଲା । ଆଜି ଓଲଟପୁର ଥାନା ଅନ୍ତର୍ଗତ ବାଗଲପୁରର ଏକ ମନ୍ଦିରରେ ହେଉଥିବା ବିବାହ ଉତ୍ସବରେ ବିରେନ ଯୋଗ ଦେଉଥିବା ପୋଲିସ ଜାଣିବାକୁ ପାଇଥିଲା । ତଦନୁଯାୟୀ କଟକ ସଦର ପୋଲିସ ଓଲଟପୁର ପୋଲିସର ସହୟତା ଲୋଡିଥିଲା । ଓଲଟପୁର ଥାନା ଅଧିକାରୀ ଚିନ୍ମୟୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନାର କର୍ମଚାରୀ ମାନେ ସାଦା ପୋଷାକରେ ବାଯାତ୍ରୀ ସାଜି ଅଭିଯୁକ୍ତ ବିରେନ ନାଚୁଥିବା ବେଳେ କାବୁ କରିନେଇଥିଲେ । ଅପ୍ରତ୍ୟାଶିତ ଭାବେ ଘଟିଥିବା ଏହି ଘଟଣା ସମ୍ପର୍କରେ କେହିକିଛି ବୁଝିବା ପୁର୍ବରୁ ପୋଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଥିଲା । ଏହି ଘଟଣା ଏବେ ସାରା କଣ୍ଟାପଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top