ଜାତୀୟ ଅନ୍ତର୍ଜାତୀୟ

LOCK DOWN BREAKING : ମେ ୩ ପର୍ଯ୍ୟନ୍ତ ତାଲା ବନ୍ଦ୍

ବଢିଲା ଲଗ୍ ଡାଉନ୍ ଅବଧି। ମେ ୩ପର୍ଯ୍ୟନ୍ତ ବଢିଲା ଲଗ୍ ଡାଉନ୍। ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ପରାମର୍ଶ ଦେଇଛନ୍ତି। ତାହା ମଧ୍ୟରେ ଲକ୍ ଡାଉନ୍ ସମୟରେ ଦେଶବାସୀ କଷ୍ଟ ସହିଥିବାରୁ ଧନ୍ୟବାଦ ଜଣାଇଛନ୍ତି|ସେହିପରି ସାମାଜିକ ଦୂରତ୍ୱ ଓ ଲକ୍ ଡାଉନ୍ ପାଇଁ କରୋନା ଉପରେ ଅଙ୍କୁଶ ଲଗାଇବାରେ ସମର୍ଥ ହୋଇପରିଛି ବୋଲି କହିଛନ୍ତି |ଏଣିକି ନୂଆ ମାମଲା ଆସିଲେ ଲକ ଡାଉନ ୩ ତାରିଖ ଯାଏଁ ବଳବତ୍ତର ରହିବ ଏବଂ କରୋନା ପ୍ରଭାବିତ ହାଇନଥିବା ଅଂଚଳରେ ଏପ୍ରିଲ ୨୦ ତାରିଖ ପରେ ଲକ ଡାଉନ ଟିକେ କୋହଳ ହେବ ବୋଲି ସୂଚନା ଦେଇଛନ୍ତି|ଅନ୍ୟପଟେ ଆସନ୍ତାକାଲି ଏ ନେଇ ନୂଆ ଗାଇଡଲାଇନ ଆସିବ ବୋଲି କହିଛନ୍ତି | ଦେଶରେ ମେଡ଼ିସିନ ଓ ରାସନ ପର୍ଯ୍ୟାପ୍ତ ପରିମାଣରେ ଗଛିତ ଅଛି ଏଣୁ ଏ ବାବଦରେ ଭୟଭୀତ ହେବାର କୌଣସି କାରଣ ନଥିବା ସୂଚନା ଦେଇଛନ୍ତି|ମନରେ ଧୈର୍ଯ୍ୟ ଧରି ନିୟମ ମାନନ୍ତୁ ଆଉ କରୋନାକୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ମୋଦିଙ୍କ ସପ୍ତସୂତ୍ରୀ –
୧ . ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନିଅନ୍ତୁଘରେ ରୁହନ୍ତୁ,

୨ .ସାମାଜିିିକ ଦୂରତ୍ୱ ବଜାୟ ରଖି ଘରେ ତିଆରି ମାସ୍କ ବ୍ୟବହାର କରନ୍ତୁ,

୩ . ଏହି ସମୟରେ କୌଣସି କର୍ମଚାରୀଙ୍କ ଚାକିରୀରୁ ବାହାର କରନ୍ତୁ ନାହିଁ,

୪ . ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ,

୫ . ଗରିବ ଲୋକଙ୍କୁ ସହାୟତା ଦିଅନ୍ତୁ,

୬ . ଅସୁବିଧା ଥିବା ବ୍ୟକ୍ତିଙ୍କୁ ଘରଭଡା ପାଇଁ ଘରୁ ବାହାର କରନ୍ତୁ ନାହିଁ,

୭ . କରୋନା ଯୋଦ୍ଧାଙ୍କ ଆଦର, ସ୍ନେହ ଓ ଯତ୍ନ କରନ୍ତୁ।

Click to comment

Leave a Reply

Your email address will not be published. Required fields are marked *

12 − two =

Most Popular

To Top