ଉପନିର୍ବାଚନରେ ନିର୍ବାଚନ ଆୟୋଗ ଅନେକ ପ୍ରଥମ ସଫଳତା ହାସଲ କରିଛି

ଭୁବନେଶ୍ବର: ଭାରତ ନିର୍ବାଚନ ଆୟୋଗ ଦ୍ୱାରା ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଦ୍ୱାରା ଗତ ଚାରି ମାସ ମଧ୍ୟରେ ପରିକଳ୍ପିତ ଅନେକ ପ୍ରମୁଖ ନୂତନ ପଦକ୍ଷେପର ସଫଳ ରୂପାୟନ ଦେଖାଯାଇଥିଲା। ଗୁଜରାଟର ୨୪-କାଡ଼ି (ଝଉ) ଏବଂ ୮୭-ବିସାବାଦର, କେରଳର ୩୫-ନିଲାମ୍ବୁର, ପଞ୍ଜାବର ୬୪-ଲୁଧିଆନା ପଶ୍ଚିମ ଏବଂ ପଶ୍ଚିମବଙ୍ଗର ୮୦-କାଳିଗଞ୍ଜର ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଉପ-ନିର୍ବାଚନ ସମୟରେ, ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୩୫୪ ମତଦାନ କେନ୍ଦ୍ରରେ ମତଦାନ କରାଯାଇଥିଲା।
ନୂତନ ପଦକ୍ଷେପ ଗୁଡ଼ିକ ମଧ୍ୟରେ: ସମସ୍ତ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କ ପାଇଁ ମୋବାଇଲ୍ ଜମା ସୁବିଧା, ଭୋଟର ଅଂଶୀଦାର ପ୍ରକ୍ରିୟାକୁ ଉନ୍ନତ କରିବା ଯାହା ଫଳରେ ଆନୁମାନିକ ମତଦାନ ଧାରା ଦ୍ରୁତ ଭାବରେ ଅଦ୍ୟତନ ହୁଏ ଏବଂଏହା ନିଶ୍ଚିତ କରେ ଯେ ମତଦାନ କେନ୍ଦ୍ର ଛାଡ଼ିବା ପୂର୍ବରୁ ପ୍ରିଜାଇଡିଂ ଅଫିସର ମତଦାନ ଶେଷ ହେବା ସମୟରେ ଭି.ଟି.ଆର ତଥ୍ୟକୁ ଅଦ୍ୟତନ କରିଛନ୍ତି ବୋଲି ।୧୦୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ଯାହା ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାର ନିରନ୍ତର ସତର୍କତା ଏବଂ ସମସ୍ତ ପ୍ରିଜାଇଡିଂ ଅଧିକାରୀଙ୍କ ବ୍ୟକ୍ତିଗତ ମକ୍ ପୋଲ୍ ତାଲିମକୁ ସୁନିଶ୍ଚିତ କରିଥିଲା। ଏହା ସହ, ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉପନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଝଝଜ)କରାଯାଇଥିଲା। ଉପନିର୍ବାଚନରେ ଏହି ପଦକ୍ଷେପଗୁ ଡ଼ିକର ସଫଳ କାର୍ୟ୍ୟାନ୍ୱୟନ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏହି ସମସ୍ତ ପଦକ୍ଷେପ ଗୁଡ଼ିକର ସମ୍ପୂର୍ଣ୍ଣ ପଥ ପ୍ରଶସ୍ତ କରିଛି।
ପ୍ରଥମ ଥର ପାଇଁ, ଭୋଟର ମାନେ ସମସ୍ତ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦାନ କରାଯାଇଥିବା ମୋବାଇଲ୍ ଜମା ସୁବିଧାର ଲାଭ ଉଠାଇ ପାରିଥିଲେ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟରେ ମୋବାଇଲ୍ ଫୋନ୍ର ବହୁଳତା ବିଶେଷକରି ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଭୋଟରମାନେ ମତଦାନ କେନ୍ଦ୍ରରେପ୍ରବେଶ କରିବା ପୂର୍ବରୁ ସେମାନଙ୍କର ମୋବାଇଲ୍ ଫୋନ୍ କେଉଁଠି ରଖିବେ ସେ ବିଷୟରେ ସମ୍ମୁଖୀନ ହେଉଥିବା ବାଧା ଗୁଡ଼ିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ସରଳ ପିଜନହୋଲ୍ ବାକ୍ସ କିମ୍ବା ପାଟ ବ୍ୟାଗ ଯୋଗାଇ ଦିଆଯାଇଥିଲା ଯେଉଁଠାରେ ଭୋଟର ମାନେ ସେମାନଙ୍କର ମୋବାଇଲ୍ ଫୋନ୍ ଜମା କରିପାରିଥିଲେ। ପ୍ରକ୍ରିୟାକୁ ସହଜ କରିବା ପାଇଁ ମତଦାନ କେନ୍ଦ୍ରରେ ସ୍ୱେଚ୍ଛାସେବକମାନଙ୍କୁ ନିୟୋଜିତ ମଧ୍ୟ କରାଯାଇଥିଲା।
ଅଦ୍ୟତନ ହୋଇଥିବା ଭି.ଟି.ଆର ସେୟାରିଂ ପ୍ରକ୍ରିୟା ମଧ୍ୟ ସଫଳତାର ସହ କାର୍ୟ୍ୟକାରୀ ହୋଇଥିଲା ଯେଉଁଠାରେ ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଧିକାରୀ ମତଦାନ ଦିନ ପ୍ରତି ଦୁଇ ଘଣ୍ଟାରେ ଥରେ ନୂତନ ଋଉଓଘଋଞ ଆପ୍ରେ ସିଧାସଳଖ ଭୋଟରଙ୍କ ମତଦାନକୁ ପ୍ରବେଶ କରିପାରିଥିଲେ । ଏହା ଦ୍ୱାରା ଆନୁମାନିକ ମତଦାନ ଧାରା ଅଦ୍ୟତନ କରିବାରେ ସମୟ ବ୍ୟବଧାନ ହ୍ରାସ ପାଇଥିଲା। ଏହା ସ୍ୱୟଂଚାଳିତ ଭାବରେ ନିର୍ବାଚନମଣ୍ଡଳୀ ସ୍ତରରେ ଏକତ୍ରିତ ହୋଇଥିଲା ଏବଂ ପୂର୍ବ ପରି ପ୍ରତି ଦୁଇ ଘଣ୍ଟାରେ ଆନୁମାନିକ ମତଦାନ ପ୍ରତିଶତ ଧାରା ପ୍ରକାଶିତ ହୋଇଥିଲା। ଏହା ସହ, ମତଦାନ ବନ୍ଦ ହେବା ପରେ ପ୍ରିଜାଇଡିଂ ଅଧିକାରୀ ମାନେ ମତଦାନ କେନ୍ଦ୍ର ଛାଡ଼ିବା ପୂର୍ବରୁ ଋଉଓଘଋଞ ରେ ମତଦାନ ତଥ୍ୟ ପ୍ରବେଶ କରିଥିଲେ ଯାହା ସମସ୍ତ ନିର୍ବାଚନମଣ୍ଡଳୀରେ ସୁନିଶ୍ଚିତ କରିଥିଲା ଯେ ମତଦାନ ବନ୍ଦ ହେବା ପରେ ଆନୁମାନିକ ଭୋଟର ପ୍ରତିଶତ, ନେଟୱାର୍କ ସଂଯୋଗ ଉପରେ ନିର୍ଭର କରି, ଅଦ୍ୟତନ ହୋଇ ଭି.ଟି.ଆର ଆପ୍ରେ ଦୃଶ୍ୟମାନ ହୋଇଥିଲା ବୋଲି। ଯେଉଁଠାରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ, ସଂଯୋଗ ପୁନଃସ୍ଥାପିତ ହେବା ପରେ ପ୍ରବେଶଗୁଡ଼ିକୁ ଅଫଲାଇନରେ ପ୍ରବେଶ ଏବଂ ସିଙ୍କ୍ କରାଯାଇପାରିବ।