ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ସୁଦୃଢ଼ ହେବ ବିଦ୍ୟାଳୟର ଭିତ୍ତିଭୂମି

ଭୁବନେଶ୍ୱର: ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ସେମାନଙ୍କ…

ଓଡ଼ିଶାକୁ ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ (Windergy India 2026) ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ”(Leadership in Wind Energy De-risking) ପୁରସ୍କାରରେ ସମ୍ମାନିତ କରାଯାଇଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ, କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ବିଶିଷ୍ଟ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ…

ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ୧୭ ଅକ୍ଟୋବରରୁ ୧୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ“ସ୍ୱଚ୍ଛତା ଶପଥ” ପାଠ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରାଙ୍ଗଣରେ ସମବେତ ବିଭାଗୀୟ…

ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ‘ସୁଜଳ’ ଅଭିଯାନ

ଭୁବନେଶ୍ୱର: ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନର ଉଦ୍‌ଘାଟନ କରିଛନ୍ତି। ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ। ବିଭାଗ ଅଧୀନସ୍ଥ ୱାଟକୋ …

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ”ସାର୍ଟିଫିକେଟ୍‌

ଭୁବନେଶ୍ୱର: ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ୍‌ ପ୍ରଦାନ ସମୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ତନ୍ମୟ କୁମାର, ବନ ମହାନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ଅବସ୍ଥି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ…

ଓଡ଼ିଶାର ୧୦୦ ଉପକୂଳବର୍ତ୍ତୀ ଗ୍ରାମ ‘ସୁନାମି ରେଡି’

ଭୁବନେଶ୍ୱର: ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’ଅଧୀନରେ ରାଜ୍ୟର ୧୦୦ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ରେଡି ଭାବେ ଘୋଷଣା କରାଯାଇଛି।  ୨୦୨୪ରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଓଡ଼ିଶାର ସମସ୍ତ ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମକୁ ‘ସୁନାମି ରେଡି’କରିବା ନେଇ ଭିଜନ ରଖିଥିଲେ। ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ ଏହି ଦିଗରେ…

ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୁଆର ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିଯୋଗ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କାଠ ଯୋଗାଣର ଏକ ସ୍ଥାୟୀ ବ୍ୟବସ୍ଥା…

ଚଳିତ ବନ୍ୟାର କ୍ଷତିପୂରଣ ପ୍ରଦାନ ଶେଷ ପର୍ଯ୍ୟାୟରେ; କ୍ଷତିଗ୍ରସ୍ତ ଗୃହ, ଚାଷଜମି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ପ୍ରାୟ ୨୨୬ କୋଟି କ୍ଷତିପୂରଣ ଆବଣ୍ଟନ

ଭୁବନେଶ୍ୱର: ରାଜୀବ ଭବନସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିବା ସହ ବିପର୍ଯ୍ୟୟ ସମ୍ପର୍କିତ କୌଣସି ବି ଚର୍ଚ୍ଚାରେ ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତିl ଆଗାମୀ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରି…

‘ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ସହିତ ସବୁଜ ଓ ଚକ୍ରୀୟ ଅର୍ଥନୀତି ଗଠନରେ ବାଉଁଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ’

ଭୁବନେଶ୍ୱର: ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ ବିଶ୍ୱ ବାଉଁଶ ଦିବସ–୨୦୨୬ ପାଳନ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ ବାଉଁଶ ଏକ ନବୀକରଣଯୋଗ୍ୟ ଓ ଶୀଘ୍ର ବୃଦ୍ଧି ପାଉଥିବା ସମ୍ପଦ। ନିର୍ମାଣ, ଆସବାବପତ୍ର, ହସ୍ତଶିଳ୍ପ, ଜୀବନଶୈଳୀ ସାମଗ୍ରୀ, ପ୍ୟାକେଜିଂ…

ଓଆଇଆଇପିସିଆରଏ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଧବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଗିରିଶ ଏସ୍‌. ଏନ୍‌ ଉପସ୍ଥିତ ଥିଲେ। ଓଆଇପିସିଆରଏର…