ମହିଳା ଓ ଶିଶୁ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ନୂଆଦିଲ୍ଲୀରେ ଆଲୋଚନା

ନୂଆଦିଲ୍ଲୀ | ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ ଦରସ୍ୱାଲ ମଧ୍ୟ ଏହି ଦୁଇଦିନିଆ ସମ୍ମିଳନୀରେ…

ଓଡ଼ିଶାର ୧୦୦ ଉପକୂଳବର୍ତ୍ତୀ ଗ୍ରାମ ‘ସୁନାମି ରେଡି’

ଭୁବନେଶ୍ୱର: ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’ଅଧୀନରେ ରାଜ୍ୟର ୧୦୦ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ରେଡି ଭାବେ ଘୋଷଣା କରାଯାଇଛି।  ୨୦୨୪ରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଓଡ଼ିଶାର ସମସ୍ତ ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମକୁ ‘ସୁନାମି ରେଡି’କରିବା ନେଇ ଭିଜନ ରଖିଥିଲେ। ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ ଏହି ଦିଗରେ…

ମହାନଦୀରେ ବଢ଼ୁଥିବା ଜଳପ୍ରବାହ ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଖୋଲା

ଭୁବନେଶ୍ୱର: ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିବା ପରେ ଉପର ମହାନଦୀ ଅବବାହିକାରେ ୨୫ ଓ ୨୬ ସେପ୍ଟେମ୍ବରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ୨୫ ସେପ୍ଟେମ୍ବରରେ ଅବବାହିକା ଅଞ୍ଚଳରେ ହାରାହାରି ୩୯.୧୪ ମି.ମି. ଏବଂ ୨୬ ସେପ୍ଟେମ୍ବରରେ ହାରାହାରି ୭୧.୬୬ ମି.ମି. ବର୍ଷା ହୋଇଥିଲା। ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର…

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ…

ଆଗାମୀ ତିନି ମାସ ପାର୍ବଣର ଋତୁରେ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ସଜାଗ ରହିବାକୁ ଡିଜିପି ଶ୍ରୀ ମିଶ୍ରଙ୍କ ପରାମର୍ଶ

ଭୁବନେଶ୍ୱର: କମିସନରେଟ ପୋଲିସର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମିସନରେଟ ପୋଲିସ ଅଞ୍ଚଳରେ ବିଗତ ଦିନର ଆଇନ-ଶୃଙ୍ଖଳା ପରିସ୍ଥିତି, ବିଧାନସଭା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍‌ଡିପିଏସ୍‌ ଆଇନର କାର୍ଯ୍ୟକାରିତା, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’, ଟ୍ରାଫିକ ସୁପରିଚାଳନା,…

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ,…

ସୁରକ୍ଷା ଓ ସଶକ୍ତୀକରଣକୁ ଏକାସାଙ୍ଗରେ ଆଗେଇ ନେବାକୁ ସମନ୍ୱିତ ଆଭିମୁଖ୍ୟ ଉପରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରଠାରେ ଆୟୋଜିତ ‘ଶକ୍ତି ସମ୍ମିଳନୀ’ର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି। ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ମହିଳା ସୁରକ୍ଷା ଓ ମହିଳା ସଶକ୍ତୀକରଣକୁ ଭିନ୍ନ ଭିନ୍ନ ଭାବେ ଦେଖାଯାଇପାରିବ ନାହିଁ। ମଜବୁତ ଅନୁଷ୍ଠାନ, ପ୍ରଭାବଶାଳୀ…

ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପାକ୍ସ ଏବଂ ଲ୍ୟାମ୍ପ୍ସ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରିବେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ। ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍‌ର ଶୁଭାରମ୍ଭ ହେବ। ସର୍ବୋପରି, ଏହି…

ଶିକ୍ଷା, ପୋଷଣ, ମାତୃ-ଶିଶୁ ସ୍ୱାସ୍ଥ୍ୟ ଓ ଯକ୍ଷ୍ମା ନିରାକରଣକୁ ଅଗ୍ରାଧିକାର

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗସଂପର୍କିତ  ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି। ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ଓ…

ଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ Adaptive Resilience Investment in Coastal Systems on Economics (ARISE) Project ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା ତଥା…