ଆଇଆଇଆଇଟି ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ କମିଟି ବୈଠକ : ଶିକ୍ଷା, ଗବେଷଣା, ନବସୃଜନ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ପରିଚାଳନା ପରିଷଦ (ବୋର୍ଡ ଅଫ୍ ଗର୍ଭର୍ଣ୍ଣସ୍) କମିଟିର ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ (ଆଇଆଇଆଇଟି), ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଷ୍ଠାନର ଶୈକ୍ଷିକ ଓ ଗବେଷଣା କାର୍ଯ୍ୟକଳାପ, ଛାତ୍ରଛାତ୍ରୀଙ୍କ ନାମଲେଖା, ନିଯୁକ୍ତି, ଭିତ୍ତିଭୂମି ବିକାଶ ଏବଂ ଭବିଷ୍ୟତର ରଣନୀତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବିସ୍ତୃତ ସମୀକ୍ଷା…

ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର “ଓ-ହବ୍‌-ଷ୍ଟାର୍ଟଅପ୍ ଓଡ଼ିଶା”ପରିଦର୍ଶନ କରିଛନ୍ତି। ଏହି ଗସ୍ତ ଅବସରରେ ଆନ୍ତର୍ଜାତିକ ବ୍ୟବସାୟିକ ସହଭାଗିତା, ଆନୁଷ୍ଠାନିକ ସହଯୋଗ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍…

ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ -୨୦୨୪

ଭୁବନେଶ୍ଵର: ୨୦୨୬ ମସିହା  ନଭେମ୍ବର  ମାସ ୯  ତାରିଖ (ସୋମବାର) ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ  ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡ଼େମୀର ସଭାପତି ଶିବାନୀ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୧୬  ଜଣ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ…

ଶିଳ୍ପ, ବାଣିଜ୍ୟ, ଉଦ୍ୟୋଗ, ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା-ଜାପାନ ସହଯୋଗର ନୂଆ ସମ୍ଭାବନା

ଭୁବନେଶ୍ୱର: ଜାପାନର ଟୋଟୋରୀ ପ୍ରିଫେକ୍ଚରର ମାନ୍ୟବର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଥିବା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶା ଓ ଟୋଟୋରୀ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟିକ ସହଭାଗିତା, ପୁଞ୍ଜିନିବେଶ, ଉଦ୍ୟୋଗିତା, ନବସୃଜନ, ଦକ୍ଷତା ବିକାଶ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଆଦାନପ୍ରଦାନକୁ…

କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ଦିନ ବରଗଡ଼ ଜିଲ୍ଲା ନୂଆଖାଇରପାଲି ଗ୍ରାମସ୍ଥିତ କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା STEM ଲ୍ୟାବ୍, ଏରୋମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ଲ୍ୟାବ୍‌ର ଉଦ୍‌ଘାଟନ କରିଛନ୍ତି। ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକ ନବସୃଜନ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ସଶକ୍ତ କରିବା ଉପରେ ରାଜ୍ୟପାଳ  ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରତିଭା କେବେ ବି ପରିସ୍ଥିତିର ସୀମା ମଧ୍ୟରେ…

୨୬ଟି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ “ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍” କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି। ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ “ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍” କାର୍ଯ୍ୟକ୍ରମର ଆରମ୍ଭ ନିମନ୍ତେ ଭୁବନେଶ୍ୱରସ୍ଥିତ…

‘ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ’

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ (VBYLD)-୨୦୨୭’ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘MY Bharat’ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପ୍ରତି ନିଜର…

ଡିଗ୍ରୀ ଦ୍ୱାର ଖୋଲିବ, ନିଷ୍ପତ୍ତି ଜୀବନ ଗଢ଼ିବ: ରାଜ୍ୟପାଳ

ଭୁବନେଶ୍ୱର: ଜଣେ ଛାତ୍ରଙ୍କ ଜୀବନରେ ଡିଗ୍ରୀ ଦ୍ୱାର ଖୋଲିବ ଏବଂ ନିଷ୍ପତ୍ତି ଜୀବନ ଗଢ଼ିବ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ସୋମବାର ଦିନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ପରିବର୍ତ୍ତନଶୀଳ ବିଶ୍ୱରେ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ନିରନ୍ତର ଶିକ୍ଷା, ପରିବର୍ତ୍ତନ ସହ ଖାପ ଖୁଆଇବା ସହ ପ୍ରଯୁକ୍ତି ଓ ଉଦ୍ୟୋଗୀ ଦକ୍ଷତା ହାସଲ କରିବାକୁ ସ୍ନାତକ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଆହ୍ୱାନ…

ଉଚ୍ଚ ଶିକ୍ଷାନୁଷ୍ଠାନରେ ସୁଦୃଢ଼ ହେବ ଷ୍ଟାର୍ଟଅପ୍ ଓ ଏଣ୍ଟ୍ରପ୍ରିନ୍ୟୁରସିପ୍ ଇକୋସିଷ୍ଟମ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି। ଏଥିସହ ନାସକମ୍ ସହାଭାଗିତାରେ ‘ଏଆଇ କୋର୍ସ ଫର୍ ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୪୦ଜଣ ଅଧ୍ୟାପକଙ୍କୁ ଇଡିଆଇଆଇ, ଅହମଦାବାଦ ଅନୁଷ୍ଠାନକୁ ଏକ୍ସପୋଜର ଭିଜିଟ୍ ପାଇଁ ପଠାଇବା, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କର କାର୍ଯ୍ୟ ଦକ୍ଷତା ପାଇଁ  ‘ଆକାଡେମିକ୍ ପରଫରମାନ୍ସ ଆସେସମେଣ୍ଟ ପୋର୍ଟାଲ’ ଏବଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ…

NWA, ICAR-IIWM ଓ OCCL ସହ ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର…