‘ସୁଭଦ୍ରା’ର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ପ୍ରଭାତୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ‘ସୁଭଦ୍ରା’ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଛି। ଏହି ସାକ୍ଷାତକାର ସମୟରେ, ଆସନ୍ତା ୨୮ ଅଗଷ୍ଟ ୨୦୨୬ (ରାଖୀ ପୂର୍ଣ୍ଣିମା) ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।…

NWA, ICAR-IIWM ଓ OCCL ସହ ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର…

ଅନୁଗୁ ଶିବା ମାରୁତି ରେଡ୍ଡୀ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ୱର: ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ଦିନ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍‌-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି। ଲୋକ ଭବନରେ ଏକ ଔପଚାରିକ ସମାରୋହରେ ରାଜ୍ୟପାଳ ଶ୍ରୀ ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ନୂତନ ପଦବୀ ଗ୍ରହଣ କରିବା…

ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଖୁବ ଶୀଘ୍ର ପ୍ରସ୍ତୁତ ହେବ ପାଇଲଟ ମଡେଲ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଅହେତୁକ ଭକ୍ତି ଓ ଆଗ୍ରହ ରହିଛିI ତେଣୁ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛିI ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛିI ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ…

ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ  ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା  ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି| ଗୃହ ନିର୍ମାଣ…

ଓଡ଼ିଆ ପ୍ରବାସୀ ମିଳନରେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ଭାବନା ପ୍ରଦର୍ଶିତ

ବାରଣାସୀ । ଭୁବନେଶ୍ବର: ବାରଣାସୀଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ ଅବସରରେ ଏକ ‘ଓଡ଼ିଆ ପ୍ରବାସୀ ମିଳନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରଣାସୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ, ସାଂସ୍କୃତିକ ବ୍ୟକ୍ତିତ୍ୱ, ପେଶାଦାର, ଅଧ୍ୟାପକ ଓ ଉଦ୍ୟୋଗୀମାନେ ଏକାଠି ହୋଇ ଓଡ଼ିଶା ସହିତ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ଯୋଗସୂତ୍ରକୁ ଆହୁରି ମଜବୁତ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କ…

୩୯ ବର୍ଷର ଦାବିକୁ ସମ୍ମାନ ଦେଇ ଫାର୍ମାସି କ୍ୟାଡରର ପୁନର୍ଗଠନ କରିଛୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ଦିଗରେ ଫାର୍ମାସି ସେବାର ଗୁରୁତ୍ୱକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି କ୍ରମରେ ଦୀର୍ଘ ୩୯ ବର୍ଷର ଦାବିକୁ ସମ୍ମାନ ଜଣାଇ ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଫାର୍ମାସିଷ୍ଟମାନଙ୍କ ପାଇଁ ଜବ୍ ଚାର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ପକ୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ

ଭୁବନେଶ୍ୱର: ସିବିଏସ୍‌ଇ କ୍ଲଷ୍ଟର ଚାମ୍ପିଅନସିପ୍ ୨୦୨୬–୨୭ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS), କରଞ୍ଜିଆର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଆଥଲେଟିକ୍ସରେ ବିଦ୍ୟାଳୟ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ କରିଛି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ୩୦୦ରୁ ଅଧିକ ବିଦ୍ୟାଳୟର ପ୍ରାୟ ୧,୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲେ ୧୪ ବର୍ଷରୁ…

ପର୍ଯ୍ୟଟନର ଭୂମିକା ଉପରେ ଆଲୋକପାତ କଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ବାରାଣାସୀ / ଭୁବନେଶ୍ୱର : ଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାରାଣାସୀଠାରେ ଆୟୋଜିତ FHRAI ର ୫୬ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇଛନ୍ତି। “ଅନନ୍ତ କାଶୀ: ଆଧ୍ୟାତ୍ମିକତା, ସଂସ୍କୃତି, ବ୍ୟଞ୍ଜନ ଏବଂ କଳା ମାଧ୍ୟମରେ ପର୍ଯ୍ୟଟନର ଭବିଷ୍ୟତ” ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି, ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ଦୃଷ୍ଟିକୋଣରୁ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା…