ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ସୁଦୃଢ଼ ହେବ ବିଦ୍ୟାଳୟର ଭିତ୍ତିଭୂମି

ଭୁବନେଶ୍ୱର: ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ସେମାନଙ୍କ…

ମହିଳା ଓ ଶିଶୁ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ନୂଆଦିଲ୍ଲୀରେ ଆଲୋଚନା

ନୂଆଦିଲ୍ଲୀ | ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ ଦରସ୍ୱାଲ ମଧ୍ୟ ଏହି ଦୁଇଦିନିଆ ସମ୍ମିଳନୀରେ…

ସମସ୍ତ ୧୫ଟି କଲେଜ ବିରୋଧରେ ଥିବା ‘କାରଣ ଦର୍ଶାଅ’ ପ୍ରକ୍ରିୟା ରଦ୍ଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି ଇ.ଆର୍.ସି (ERC)।ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (Teacher Education Institution) ଗୁଡ଼ିକ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE), ନୂଆଦିଲ୍ଲୀର ପୂର୍ବାଞ୍ଚଳ କମିଟି (ERC) ଅକ୍ଟୋବର ୧, ୨୦୨୬ ରେ ଅନୁଷ୍ଠିତ ଏହାର ୪୧୦ତମ ବୈଠକରେ ରାଜ୍ୟର ସମ୍ପୃକ୍ତ ସମସ୍ତ…

ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର…

୩ଟି ବିଶ୍ୱ ବିଦ୍ୟାଳୟ ଓ ୨୦୨ଟି ମହାବିଦ୍ୟାଳୟ ଚୟନ ପଦ୍ଧତିରେ ବାଛିବେ ଛାତ୍ରନେତା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଛାତ୍ରନେତା ନିର୍ବାଚନ କରିବା (Election) ବା ଛାତ୍ରନେତା ଚୟନ (selection) କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଅକ୍ଟୋବର ୭ ତାରିଖ ରାତି ୮ ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ…

ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତିକୁ ନେଇ ଉଚ୍ଚଶିକ୍ଷା ସଚିବଙ୍କ ବୈଠକ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସରକାରୀ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚଶିକ୍ଷାନୁଷ୍ଠାନମାନେ ନିଜର…

ଚରିତ୍ର ଗଠନ, ଦାୟିତ୍ୱବୋଧ ଓ ମର୍ଯ୍ୟାଦାର ସହ ଜୀବନ ଯାପନ କରିବାରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି – ରାଜ୍ୟପାଳ

ଭୁବନେଶ୍ୱର: ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ନୁହେଁ, ବରଂ ଚରିତ୍ର ଗଠନ, ଦାୟିତ୍ୱବୋଧ ଓ  ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ  କରିବାରେ  ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଶନିବାର ଦିନ ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି l ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ଐତିହାସିକ ଅବସର…

କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ

ଭୁବନେଶ୍ୱର: କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅନନ୍ୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ ହୋଇଛି। ଓୟୁଏଟି (OUAT) ର କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ୨୦୨୩…

‘ଶିକ୍ଷକ ନିଯୁକ୍ତିରେ ମେଧାକୁ ପ୍ରାଥମିକତା ଦିଆଯିବା ଉଚିତ’

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଭବନ ପରିସରସ୍ଥିତ ନ୍ୟୁ ଅଭିଷେକ ହଲ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଏକ ବୈଠକରେ…

ମଧ୍ୟରେ ନିରନ୍ତର ଶିକ୍ଷଣ ଏବଂ ବୃତ୍ତିଗତ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଓଡ଼ିଆ ସ୍ନାତକୋତ୍ତର ଶିକ୍ଷକ ମାନଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରର ସିରିପୁରସ୍ଥିତ ‘ଇମେଜ୍’ (IMAGE) ଠାରେ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟସାରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୧୦୦ ଜଣ ଓଡ଼ିଆ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କର ବିଷୟଗତ ଜ୍ଞାନ,…