ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା ସମ୍ପର୍କରେ ଆଲୋଚନା 

ଭୁବନେଶ୍ୱର/ଖୋର୍ଦ୍ଧା: ଚିଲିକା ବ୍ଲକର ସମ୍ମିଳନୀ କକ୍ଷଠାରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ୍ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା,ଛାତ୍ରଛାତ୍ରୀଙ୍କ ଉପସ୍ଥାନ,ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା, ପରୀକ୍ଷା ପ୍ରସ୍ତୁତି ଏବଂ ପୂର୍ବ ପରୀକ୍ଷା ଫଳାଫଳ ସମ୍ପର୍କରେ ଆଲୋଚନା କରାଯାଇଥିଲା।…

‘ଓଡ଼ିଶା ପୁଷ୍ଟି ମିଶନ’ରେ ମାତୃ ଓ ଶିଶୁ ପୁଷ୍ଟିକୁ ସୁଦୃଢ଼ କରାଯିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପୁଷ୍ଟି ମିଶନ (ଓପିଏମ)ର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବା, ଡିଜିଟାଲ ନିରୀକ୍ଷଣ ବଳରେ ସେବା ପ୍ରଦାନକୁ ସୁଦୃଢ଼ କରିବା ସହ ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା‘ରେ ଅସମ୍ପୂର୍ଣ୍ଣ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବା, ଆବଶ୍ୟକ ଥିବା ନୂତନ ଅଙ୍ଗନବାଡ଼ି…

ନବଗଠିତ ୨୮ଟି NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସହର କେବଳ ବାସ ସ୍ଥାନ ନୁହେଁ, ସହର ହେଉଛି ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ସହର ଗୁଡିକୁ ଆମକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ହେବ, ଯେଉଁଠି ଯୁବ ପିଢି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସ- ୨୦୨୬ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ…

ସୁରକ୍ଷା ଓ ସଶକ୍ତୀକରଣକୁ ଏକାସାଙ୍ଗରେ ଆଗେଇ ନେବାକୁ ସମନ୍ୱିତ ଆଭିମୁଖ୍ୟ ଉପରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରଠାରେ ଆୟୋଜିତ ‘ଶକ୍ତି ସମ୍ମିଳନୀ’ର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି। ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ମହିଳା ସୁରକ୍ଷା ଓ ମହିଳା ସଶକ୍ତୀକରଣକୁ ଭିନ୍ନ ଭିନ୍ନ ଭାବେ ଦେଖାଯାଇପାରିବ ନାହିଁ। ମଜବୁତ ଅନୁଷ୍ଠାନ, ପ୍ରଭାବଶାଳୀ…

ଶିକ୍ଷା, ପୋଷଣ, ମାତୃ-ଶିଶୁ ସ୍ୱାସ୍ଥ୍ୟ ଓ ଯକ୍ଷ୍ମା ନିରାକରଣକୁ ଅଗ୍ରାଧିକାର

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗସଂପର୍କିତ  ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି। ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ଓ…

ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ

ଭୁବନେଶ୍ୱର: ସିବିଏସ୍‌ଇ କ୍ଲଷ୍ଟର ଚାମ୍ପିଅନସିପ୍ ୨୦୨୬–୨୭ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS), କରଞ୍ଜିଆର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଆଥଲେଟିକ୍ସରେ ବିଦ୍ୟାଳୟ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ କରିଛି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ୩୦୦ରୁ ଅଧିକ ବିଦ୍ୟାଳୟର ପ୍ରାୟ ୧,୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲେ ୧୪ ବର୍ଷରୁ…

ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ…

ଜଳବାୟୁ ସହନୀୟ ଧାନ ଚାଷ ପଦ୍ଧତି, କୃଷି ଅଭିବୃଦ୍ଧି ଓ ନବସୃଜନ ଉପରେ ଆଲୋଚନା

ବାରଣାସୀ/ ଭୁବନେଶ୍ୱର: ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ନିଭୃତ୍ତି ଲକ୍ଷ୍ୟରାଜ ମେୱାରଙ୍କ ସହ ଅଗଷ୍ଟ ୨୦ ତାରିଖରେ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର (ଆଇଏସଏଆରସି) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଆଇଏସଏଆରସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଯାହା ସ୍ଥାୟୀ ଓ ସହନଶୀଳ ଧାନ ଆଧାରିତ କୃଷି-ଖାଦ୍ୟ ପ୍ରଣାଳୀକୁ…

‘ହିନ୍ଦୀ ଭାଷା ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ’

ଭୁବନେଶ୍ୱର: ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏI ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା କରିବାର ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ CSIR-Institute of Minerals and Materials Technology (CSIR-IMMT) ଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ…