ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭାରେ ସ୍ଵାସ୍ଥ୍ୟ କ୍ୟାମ୍ପ, ସରକାରୀ ଆୟୁର୍ବେଦ ହସ୍ପିଟାଲରେ ପଦଯାତ୍ରା
ଭୁବନେଶ୍ୱର: ଓଡ଼ିଶାରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ୫୭୭ରୁ ଅଧିକ ଆୟୁଷ ପ୍ରକଳ୍ପ ଅନୁମୋଦିତ ହୋଇଛି। ମୟୂରଭଞ୍ଜର ରାଇରଙ୍ଗପୁରଠାରେ ୮୫.୭୮ କୋଟି ଟଙ୍କା ବ୍ୟୟରେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲ ଏବଂ ଜଟଣୀରେ ୧୦୦ ଶଯ୍ୟା…


