ଓଡ଼ିଶାକୁ ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ (Windergy India 2026) ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ”(Leadership in Wind Energy De-risking) ପୁରସ୍କାରରେ ସମ୍ମାନିତ କରାଯାଇଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ, କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ବିଶିଷ୍ଟ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ…

ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତରିତ

ଭୁବନେଶ୍ବର: ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ହାଲ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସେ ନିଜକୁ ଏଠାରେ ଅତିଥି ଭାବେ…

୭ମ ଓଡ଼ିଶା ଟ୍ରାଭେଲ ବଜାର: ୯,୦୦୦ରୁ ଅଧିକ ସଂରଚିତ B2B ଏବଂ B2G ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମେ’ଫେୟାର ସାଙ୍କଚୁଆରୀଠାରେ ଆୟୋଜିତ ତ୍ରିଦିବସୀୟ ‘୭ମ ଓଡ଼ିଶା ଟ୍ରାଭେଲ ବଜାର (OTB) ୨୦୨୬’ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଗା ସମ୍ମିଳନୀ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂତନ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିଛି। ଏହି ବିଶାଳ…

ସିନେମା ଐତିହ୍ୟ ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଭବ୍ୟ ଲୋକାର୍ପଣ ହୋଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି।  ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି…

ସର୍ବାଧିକ ସଂସ୍କାର ପାଇଁ ପିଏମଏୱାଇ-ଅର୍ବାନ୍ ଆୱାର୍ଡସ୍ ୨୦୨୬ (PMAY-Urban Awards 2026) ରେ ବିଶେଷ ସମ୍ମାନ

ଭୁବନେଶ୍ୱର: ବିଶ୍ୱ ଆବାସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) [PMAY-U] ଅଧୀନରେ ଆବାସ କ୍ଷେତ୍ରରେ ଆଣିଥିବା ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ବିଶେଷ ସ୍ୱୀକୃତି ମିଳିଛି। ଭାରତ ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ PMAY-Urban Awards 2026 ଅଧୀନରେ PMAY-U 2.0ରେ ସର୍ବାଧିକ ସଂସ୍କାର ସାଧନ କରିଥିବା ରାଜ୍ୟ ଭାବେ ଓଡ଼ିଶାକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହ ନିର୍ମାଣ…

ଆଗାମୀ ଦିନରେ ବିଶ୍ୱର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ : ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ବଜାର-କୈନ୍ଦ୍ରିକ, ସ୍ଥାୟୀ ଏବଂ ଭବିଷ୍ୟତ-ଉପଯୋଗୀ କୃଷି ବ୍ୟବସ୍ଥା ଗଠନ ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ “ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ ୨୦୨୬” (Odisha Healthier Rice Business Summit 2026) ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ, ଓଆରଏମଏଏସ (ORMAS) ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା (IRRI)ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ନେତୃତ୍ୱାଧୀନ…

ମହାନଦୀ ଜଳ ବିବାଦ ସମାଧାନ ବୈଠକ: ଯୋଗଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ। ବୈଠକ ସମାପ୍ତ ହେବା ପରେ, ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି। ମୁଖ୍ୟମନ୍ତ୍ରୀ…

ୱାଟକୋ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟକୋ  ଦ୍ୱାରା କାର୍ଯ୍ୟାନ୍ୱିତ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଉନ୍ନତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଜଳଯୋଗାଣ ଓ ସ୍ୱେରେଜ୍‌ ଭିତ୍ତିଭୂମି, ପ୍ରକଳ୍ପର ଭୌତିକ ଓ ଆର୍ଥିକ ଅଗ୍ରଗତି,  ଡବ୍ଲ୍ୟୁଟିପି ଓ STP ଏସ୍ ଟି ପିର କାର୍ଯ୍ୟକାରିତା ସହ ନାଗରିକ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ୱାଟକୋର…

ଅକ୍ଟୋବର ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬

ଭୁବନେଶ୍ଵର:  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ମେଫେୟାରରେ ଅନୁଷ୍ଠିତ ହେବ। ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହ‌ଯୋଗରେ ଆୟୋଜିତ…

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ”ସାର୍ଟିଫିକେଟ୍‌

ଭୁବନେଶ୍ୱର: ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ୍‌ ପ୍ରଦାନ ସମୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ତନ୍ମୟ କୁମାର, ବନ ମହାନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ଅବସ୍ଥି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ…