କଟକ ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବାକୁ ପରାମର୍ଶ

ଭୁବନେଶ୍ୱର: କଟକର ଐତିହାସିକ ଓ ସାଂସ୍କୃତିକ ଗଣପର୍ବ ‘ବାଲିଯାତ୍ରା–୨୦୨୬’କୁ ଅଧିକ ବ୍ୟାପକ, ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଅଧିକ ପ୍ରୟାସ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ…

ନବଗଠିତ ୨୮ଟି NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସହର କେବଳ ବାସ ସ୍ଥାନ ନୁହେଁ, ସହର ହେଉଛି ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ସହର ଗୁଡିକୁ ଆମକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ହେବ, ଯେଉଁଠି ଯୁବ ପିଢି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସ- ୨୦୨୬ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ…

ନବଗଠିତ ସହରାଞ୍ଚଳରେ ମୌଳିକ ଭିତ୍ତିଭୂମି ଓ ଆଧୁନିକ ନାଗରିକ ସୁବିଧାକୁ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟର ନବଗଠିତ NAC  ଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଜ୍ୟୋତିର୍ମୟୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିବା ସହିତ ଇଣ୍ଡିଆନ୍ ଆଇଡଲ୍‌’ର  ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିଷୟରେ…

ଗୁହାରି କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ଗୁହାରି” ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହର ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସଂସ୍କୃତି ବିଭାଗ, ଓଡ଼ିଶୀ ଗବେଷଣା କେନ୍ଦ୍ର, ଗୁହାରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଣ୍ଠଶିଳ୍ପୀ ଓ ଶ୍ରୋତାବୃନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମହାପ୍ରଭୁ…

ଓଡ଼ିଶାର କଳା ଓ କାରିଗରୀର ଜୀବନ୍ତ ପ୍ରତିଫଳନ ‘ମେହେରମୁଣ୍ଡା’ ଚଳଚ୍ଚିତ୍ର

 ଭୁବନେଶ୍ୱର: GR Records ପ୍ରସ୍ତୁତ ‘ମେହେରମୁଣ୍ଡା’– ଓଡ଼ିଶାର ବୁଣାକାର ସମୁଦାୟଙ୍କୁ ସମର୍ପିତ ଏକ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ  ଓଡିଶା ଷ୍ଟେଟ କନଭେନସନ ସେଣ୍ଟର, ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ ସମୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ,ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର…

ଭିନ୍ନକ୍ଷମମାନଙ୍କ ସଫଳତାର କାହାଣୀକୁ ନେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ  ‘ସାମର୍ଥ୍ୟ–୨୦୨୬’

ଭୁବନେଶ୍ୱର: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ “ସାମର୍ଥ୍ୟ–୨୦୨୬” – ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ପ୍ରତ୍ୟେକ କ୍ଷୁଦ୍ର ଚଳଚ୍ଚିତ୍ରର ଅବଧି ସର୍ବାଧିକ ୫ ମିନିଟ ମଧ୍ୟରେ ରହିବ। ଚଳିତ ବର୍ଷ ଉତ୍ସବର ବିଷୟ ରହିଛି—“ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ”। ଏ ସଂକ୍ରାନ୍ତରେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ…

୨୦୨୩ ପାଇଁ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ…

ସଂସ୍କୃତି ଭବନ ଠାରେ ଶ୍ରୁତି ନାଟକ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ସହଯୋଗରେ ନାଟ୍ୟକାର ଡ଼. ବିଜୟ ମିଶ୍ରଙ୍କ ରଚିତ ନାଟକକୁ ନେଇ ଏକ ଶ୍ରୁତି ନାଟକ ଉତ୍ସବ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼….

‘ସଙ୍ଗୀତ ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଅର୍ଥ ପରାମର୍ଶ ଦାତା ଡ଼. ପ୍ରମୋଦ ମଣ୍ଡଳ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଦ୍ରୀ ମିଶ୍ର, ଗୁରୁ ଧନେଶ୍ୱର ସ୍ୱାଇଁ,…