ଭିନ୍ନକ୍ଷମମାନଙ୍କ ସଫଳତାର କାହାଣୀକୁ ନେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ  ‘ସାମର୍ଥ୍ୟ–୨୦୨୬’

ଭୁବନେଶ୍ୱର: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ “ସାମର୍ଥ୍ୟ–୨୦୨୬” – ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ପ୍ରତ୍ୟେକ କ୍ଷୁଦ୍ର ଚଳଚ୍ଚିତ୍ରର ଅବଧି ସର୍ବାଧିକ ୫ ମିନିଟ ମଧ୍ୟରେ ରହିବ। ଚଳିତ ବର୍ଷ ଉତ୍ସବର ବିଷୟ ରହିଛି—“ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ”। ଏ ସଂକ୍ରାନ୍ତରେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ…

୨୦୨୩ ପାଇଁ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ…

ସଂସ୍କୃତି ଭବନ ଠାରେ ଶ୍ରୁତି ନାଟକ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ସହଯୋଗରେ ନାଟ୍ୟକାର ଡ଼. ବିଜୟ ମିଶ୍ରଙ୍କ ରଚିତ ନାଟକକୁ ନେଇ ଏକ ଶ୍ରୁତି ନାଟକ ଉତ୍ସବ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼….

‘ସଙ୍ଗୀତ ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଅର୍ଥ ପରାମର୍ଶ ଦାତା ଡ଼. ପ୍ରମୋଦ ମଣ୍ଡଳ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଦ୍ରୀ ମିଶ୍ର, ଗୁରୁ ଧନେଶ୍ୱର ସ୍ୱାଇଁ,…

୨୫ ରୁ ଜୁନ୍ ୨୮ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ, ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା “ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬” ର ଆନୁଷ୍ଠାନିକ କାର୍ଯ୍ୟସୂଚୀ (Schedule) ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଫେଷ୍ଟିଭାଲ ଡିରେକ୍ଟର ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର  ସୁକାନ୍ତ ରଥ ଓ  ଅଶୋକ ପାଲିତଙ୍କ ସହ ଆଲୋଚନା ସମୟରେ  ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର  ପ୍ରଶଂସା କରିଥିଲେ।  ସେ କହିଥିଲେ ଯେ ଓଡ଼ିଶାର କଳା, ଐତିହ୍ୟ ଏବଂ…

ରଜ ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର: ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ଵତନ୍ତ୍ର ଗାଡ଼ି – ‘ପିଠା on Wheels’ର ଶୁଭାରମ୍ଭ କରିଥିଲେ। ରଜ ପର୍ବ ଉପଲକ୍ଷେ ଏହି ଗାଡ଼ି ଗୁଡ଼ିକ…

ରାଜ୍ୟପାଳ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ସୋମବାର ଦିନ ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ଶାନ୍ତ ପରିବେଶରେ ଅବସ୍ଥିତ ବୌଦ୍ଧ ମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରି ବିଶ୍ୱଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ମଠର ସାଧୁସନ୍ଥ ଓ ସ୍ଥାନୀୟ ବାସିନ୍ଦାମାନେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ଓ…

ଚତୁର୍ବିଂଶ ଜାତୀୟ ଲୋକମେଳା ଓ ସପ୍ତଦଶ ଜାତୀୟ କୃଷିମେଳା ୨୦୨୬ ଉଦ୍ଘାଟିତ

ପୁରୀ : ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷରୁ ଆୟୋଜିତ ୨୪ତମ ଜାତୀୟ ଲୋକମେଳା–୨୦୨୬ ଓ ୧୭ତମ ଜାତୀୟ କୃଷିମେଳା–୨୦୨୬ର ପଞ୍ଚଦିବସୀୟ ମହୋତ୍ସବ ପୁରୀ ସମୁଦ୍ରତଟସ୍ଥ ଗୋଲ୍ଡେନ ସି ବିଚ୍ ପ୍ରାଙ୍ଗଣରେ ଆଡମ୍ବରପୂର୍ଣ୍ଣ ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ଏହି ଜାତୀୟ ସ୍ତରୀୟ ମେଳା ୧ ଜୁନରୁ ୫ ଜୁନ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ ଲୋକ ସଂସ୍କୃତି, ଆଦିବାସୀ ପରିଚୟ ଏବଂ…

ଓଡ଼ିଆ ଜନଜୀବନ ସହିତ ଯୋଡି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ  ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ…

୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ “ଲୋକ ରଞ୍ଜନୀ” ଉଦ୍‌ଯାପିତ

ଭୁବନେଶ୍ୱର/ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ମେ’ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ଲୋକ ରଞ୍ଜନୀ” କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ବରଗଡ଼ର ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅତାବିରା…