କଟକ ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବାକୁ ପରାମର୍ଶ

ଭୁବନେଶ୍ୱର: କଟକର ଐତିହାସିକ ଓ ସାଂସ୍କୃତିକ ଗଣପର୍ବ ‘ବାଲିଯାତ୍ରା–୨୦୨୬’କୁ ଅଧିକ ବ୍ୟାପକ, ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଅଧିକ ପ୍ରୟାସ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ…

‘ପୁସ୍ତକ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି’

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି। ଜାତୀୟ ଗ୍ରନ୍ଥାଗାରିକ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନେ ଗ୍ରନ୍ଥାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ.ଆର. ରଙ୍ଗନାଥନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି ଓ ଅର୍ଥ ପରାମର୍ଶ ଦାତା ତଥା ଯୁଗ୍ମ ଶାସନ ସଚିବ ପ୍ରମୋଦ କୁମାର ମଣ୍ଡଳ ଅତିଥି ଭାବେ…

‘ଉର୍ଦ୍ଦୁ କବିତା ପାଠ ଉତ୍ସବ ଦେଶଭକ୍ତି ଓ ଭାଇଚାରାର ଏକ ସୁନ୍ଦର ସମନ୍ୱୟ’

ଭୁବନେଶ୍ୱର : ୮୦ ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଆୟୋଜିତ ହୋଇଯାଇଛି। ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀରେ ପ୍ରାୟ ୪୬ ଜଣ କବି ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିରେ ବିଶେଷ ଭାବରେ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ବିନୀ ସାହୁ,…

‘ଗୋବର୍ଦ୍ଧନ ପୀଠର ଐତିହ୍ୟ ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ’

ଭୁବନେଶ୍ୱର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠର ସମ୍ପତ୍ତିର ସୁରକ୍ଷା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ଉପରେ…

ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଓ ଭବିଷ୍ୟତ ଉଜ୍ଜ୍ୱଳ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର/ପୁରୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ “ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ-୨୦୨୬” ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ…

ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’:  ହସ୍ତତନ୍ତ ରପ୍ତାନି ବୃଦ୍ଧି ପାଇଁ ଡିଜାଇନ୍-ଭିତ୍ତିକ ଉତ୍ପାଦ ବିକାଶକୁ ଆଗେଇ ନେବା ପ୍ରମୁଖ ଲକ୍ଷ୍ୟ

ଭୁବନେଶ୍ୱର: ୧୨ ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ଅତୁଳନୀୟ କାରୁକାର୍ଯ୍ୟ ଏବଂ ଏହାର ଆଧୁନିକ ଆଭିମୁଖ୍ୟକୁ ନେଇ ୭ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରଠାରେ  ଓଡିଶାସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ବ୍ୟାପକ ଫ୍ୟାଶନ୍ ସୋ’ଆୟୋଜିତ ହୋଇଯାଇଛି। ରାଜ୍ୟର ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକର ପ୍ରଚାର ପ୍ରସାର କରିବା ସହ ପାରମ୍ପରିକ ବୁଣାକାରୀକୁ ଆଧୁନିକ ଫ୍ୟାଶନ୍ ଶୈଳୀ ସହ ଯୋଡ଼ିବା ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ର‍୍ୟାମ୍ପ ଶୋ’ରେ…

ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ  ପକ୍ଷରୁ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟିଠାରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି। ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକର ଗୁଣାତ୍ମକ ବିକାଶ, ବଜାର ସଂଯୋଗ, ଦକ୍ଷତା ବିକାଶ ଓ ପ୍ରଯୁକ୍ତିର ବ୍ୟବହାର…

୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର  ପାଠ୍ୟକ୍ରମ  ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ପ୍ରଦିପ ବଳ ସାମନ୍ତଙ୍କ ଉପସ୍ଥିତିରେ କମିଶନର-ତଥା  ଶାସନ ସଚିବ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ,…

ଗୁହାରି କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ଗୁହାରି” ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହର ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସଂସ୍କୃତି ବିଭାଗ, ଓଡ଼ିଶୀ ଗବେଷଣା କେନ୍ଦ୍ର, ଗୁହାରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଣ୍ଠଶିଳ୍ପୀ ଓ ଶ୍ରୋତାବୃନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମହାପ୍ରଭୁ…

ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଆମର ସାମୂହିକ ଦାୟିତ୍ବ – ରାଜସ୍ୱ ସଚିବ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁ,ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ଼୍ ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ, ସମସ୍ତ ରାଜସ୍ୱ ଡିଭିଜନାଲ କମିଶନର(ଆରଡିସି), ଜିଲ୍ଲାପାଳ ଓ ଭୂ-ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକ…