ମହାନଦୀରେ ବଢ଼ୁଥିବା ଜଳପ୍ରବାହ ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଖୋଲା

ଭୁବନେଶ୍ୱର: ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିବା ପରେ ଉପର ମହାନଦୀ ଅବବାହିକାରେ ୨୫ ଓ ୨୬ ସେପ୍ଟେମ୍ବରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ୨୫ ସେପ୍ଟେମ୍ବରରେ ଅବବାହିକା ଅଞ୍ଚଳରେ ହାରାହାରି ୩୯.୧୪ ମି.ମି. ଏବଂ ୨୬ ସେପ୍ଟେମ୍ବରରେ ହାରାହାରି ୭୧.୬୬ ମି.ମି. ବର୍ଷା ହୋଇଥିଲା। ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର…

ସ୍ଵତନ୍ତ୍ର ରିଲିଫ କମିଶନର,  ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶାବଳୀର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନରେ ସମ୍ଭାବ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ବିଶେଷକରି ଦକ୍ଷିଣ ଜିଲ୍ଲାଗୁଡ଼ିକର  ୟୁ ଏଲ୍ ବି ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା…

ଚଳିତ ବନ୍ୟାର କ୍ଷତିପୂରଣ ପ୍ରଦାନ ଶେଷ ପର୍ଯ୍ୟାୟରେ; କ୍ଷତିଗ୍ରସ୍ତ ଗୃହ, ଚାଷଜମି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ପ୍ରାୟ ୨୨୬ କୋଟି କ୍ଷତିପୂରଣ ଆବଣ୍ଟନ

ଭୁବନେଶ୍ୱର: ରାଜୀବ ଭବନସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିବା ସହ ବିପର୍ଯ୍ୟୟ ସମ୍ପର୍କିତ କୌଣସି ବି ଚର୍ଚ୍ଚାରେ ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତିl ଆଗାମୀ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରି…

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ…

ଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ Adaptive Resilience Investment in Coastal Systems on Economics (ARISE) Project ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା ତଥା…

ଜଳବାୟୁ ସହନୀୟ ଧାନ ଚାଷ ପଦ୍ଧତି, କୃଷି ଅଭିବୃଦ୍ଧି ଓ ନବସୃଜନ ଉପରେ ଆଲୋଚନା

ବାରଣାସୀ/ ଭୁବନେଶ୍ୱର: ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ନିଭୃତ୍ତି ଲକ୍ଷ୍ୟରାଜ ମେୱାରଙ୍କ ସହ ଅଗଷ୍ଟ ୨୦ ତାରିଖରେ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର (ଆଇଏସଏଆରସି) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଆଇଏସଏଆରସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଯାହା ସ୍ଥାୟୀ ଓ ସହନଶୀଳ ଧାନ ଆଧାରିତ କୃଷି-ଖାଦ୍ୟ ପ୍ରଣାଳୀକୁ…

ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ ପକ୍ଷରୁ ରିଲିଫ ସହାୟତା

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB) ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପାଇଁ ପ୍ରଦତ୍ତ ରିଲିଫ ସାମଗ୍ରୀକୁ ମଙ୍ଗଳବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଲୋକଭବନରୁ ପଠାଇଛନ୍ତି। ଏହି ରିଲିଫ ସାମଗ୍ରୀରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ତୁରନ୍ତ ଆବଶ୍ୟକତା ପୂରଣ ପାଇଁ ତାରପୋଲିନ୍ ଓ ପୌଷ୍ଟିକ ଶୁଖିଲା ଖାଦ୍ୟ ପ୍ୟାକେଟ ରହିଛି। ରେଡକ୍ରସ୍‌ର ମାନବିକ ସେବା କାର୍ଯ୍ୟକୁ…

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟର ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ୟାକେଜ୍ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଘୋଷଣା କରାଯାଇଛି। ଚୂଡାନ୍ତ ଆକଳନ ପରେ ଏହି ସହାୟତା ପରିମାଣ ବୃଦ୍ଧି କରାଯାଇପାରେ। ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ ସହାୟତା ସମ୍ପର୍କରେ…

ଲଘୁଚାପ କ୍ଷେତ୍ର: ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ପରିସ୍ଥିତିରେ ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାଜସଜ୍ଜାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରଖିବା ସହ ରାପିଡ୍…

ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍, ଉଦ୍ଧାର, ପୁନରୁଦ୍ଧାର ଏବଂ ଅତ୍ୟାବଶ୍ୟକ ସେବା କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା…