ଆଗାମୀ ତିନି ମାସ ପାର୍ବଣର ଋତୁରେ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ସଜାଗ ରହିବାକୁ ଡିଜିପି ଶ୍ରୀ ମିଶ୍ରଙ୍କ ପରାମର୍ଶ
ଭୁବନେଶ୍ୱର: କମିସନରେଟ ପୋଲିସର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମିସନରେଟ ପୋଲିସ ଅଞ୍ଚଳରେ ବିଗତ ଦିନର ଆଇନ-ଶୃଙ୍ଖଳା ପରିସ୍ଥିତି, ବିଧାନସଭା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍ଡିପିଏସ୍ ଆଇନର କାର୍ଯ୍ୟକାରିତା, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’, ଟ୍ରାଫିକ ସୁପରିଚାଳନା,…


