୭ମ ଓଡ଼ିଶା ଟ୍ରାଭେଲ ବଜାର: ୯,୦୦୦ରୁ ଅଧିକ ସଂରଚିତ B2B ଏବଂ B2G ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମେ’ଫେୟାର ସାଙ୍କଚୁଆରୀଠାରେ ଆୟୋଜିତ ତ୍ରିଦିବସୀୟ ‘୭ମ ଓଡ଼ିଶା ଟ୍ରାଭେଲ ବଜାର (OTB) ୨୦୨୬’ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଗା ସମ୍ମିଳନୀ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂତନ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିଛି। ଏହି ବିଶାଳ…

ସିନେମା ଐତିହ୍ୟ ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଭବ୍ୟ ଲୋକାର୍ପଣ ହୋଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି।  ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି…

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣୋହି ଜମି କିସମ ପରିବର୍ତ୍ତନ ପାଇଁ ଆସିଥିଲା, ଶେଷରେ ଜମି ଫେରିଲା ମହାପ୍ରଭୁଙ୍କ ନାମରେ

ଭୁବନେଶ୍ୱର: ଶ୍ରୀ ଗୁଣ୍ଡିଚା ମନ୍ଦିର ଶରଧା ବାଲି ନିକଟବର୍ତ୍ତୀ ମୂଲ୍ୟବାନ ଜମି। ସାବିକ ରେକର୍ଡରେ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ। ସ୍ଥିତି—ଅମୃତ ମଣୋହି। ପରେ ବଦଳିଗଲା ରେକର୍ଡ, ଆସିଲା ବ୍ୟକ୍ତିଗତ ନାମ ଏବଂ ହେଲା ବିକ୍ରୟ। କିସମ ପରିବର୍ତ୍ତନ ଓ ନିଜସ୍ୱ ଅଧିକାରର ଦାବିକୁ ନେଇ ବିଷୟ ଯାଇ ପହଞ୍ଚିଲା ଓଡ଼ିଶା ରାଜସ୍ୱ ପର୍ଷଦରେ। ଶେଷରେ ରାଜସ୍ୱ ପର୍ଷଦର ହସ୍ତକ୍ଷେପରେ ମହାପ୍ରଭୁଙ୍କ ଅମୃତ ମଣୋହି ଜମିର ମୂଳ ସ୍ଥିତି ପୁଣି ସ୍ପଷ୍ଟ ହୋଇଛି। ଯେଉଁ ଜମିକୁ ବ୍ୟକ୍ତିଗତ ରେକର୍ଡରେ…

ଅକ୍ଟୋବର ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬

ଭୁବନେଶ୍ଵର:  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ମେଫେୟାରରେ ଅନୁଷ୍ଠିତ ହେବ। ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହ‌ଯୋଗରେ ଆୟୋଜିତ…

ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’: ପର୍ଯ୍ୟଟକ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ

ଭୁବନେଶ୍ୱର: ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ଐତିହାସିକ ଗୌରବକୁ ପର୍ଯ୍ୟଟକମାନଙ୍କ ନିକଟରେ  ଉପସ୍ଥାପନ କରିବା ପାଇଁ ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ  ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମନୋରମ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ITDC) ଦ୍ୱାରା ଏହି ଆକର୍ଷଣୀୟ…

ପ୍ରୋମୋ ରନ୍‌ରେ ୧୦,୦୦୦ରୁ ଅଧିକ ଧାବକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାରେ ଶାରୀରିକ ସୁସ୍ଥତା, ପର୍ଯ୍ୟଟନ ଏବଂ ଜନଭାଗୀଦାରୀର ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଡିସେମ୍ବର ୧୩ରେ ଆୟୋଜିତ ହେବାକୁ ଥିବା ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ (OMC Puri Coastal Marathon 2026) ର ସଚେତନତା ଓ ପ୍ରଚାର ପାଇଁ ସାରା ରାଜ୍ୟରେ ଏକ ସମୟରେ ଏକ ରାଜ୍ୟସ୍ତରୀୟ ‘ପ୍ରୋମୋ ରନ୍’ (Promo Run) ଆୟୋଜିତ ହୋଇଯାଇଛି। ରାଜ୍ୟର ସମସ୍ତ…

‘ଉଠିବକି ଜାତିର କଙ୍କାଳ’ କବିତା ସଂକଳନ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। କେବଳ ଓଡ଼ିଆ କହିବା ନୁହେଁ, ଏହି ଭାଷାରେ ଜ୍ଞାନ ହାସଲ, ଦକ୍ଷତା ବିକାଶ ଓ ନୂଆ ସୁଯୋଗ ସୃଷ୍ଟି କରିବା ହିଁ ଭାଷାର ପ୍ରକୃତ ସଶକ୍ତୀକରଣ ବୋଲି ସେ କହିଛନ୍ତି। ଶନିବାର ଦିନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ…

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ…

କଟକ ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବାକୁ ପରାମର୍ଶ

ଭୁବନେଶ୍ୱର: କଟକର ଐତିହାସିକ ଓ ସାଂସ୍କୃତିକ ଗଣପର୍ବ ‘ବାଲିଯାତ୍ରା–୨୦୨୬’କୁ ଅଧିକ ବ୍ୟାପକ, ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଅଧିକ ପ୍ରୟାସ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ…

ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଖୁବ ଶୀଘ୍ର ପ୍ରସ୍ତୁତ ହେବ ପାଇଲଟ ମଡେଲ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଅହେତୁକ ଭକ୍ତି ଓ ଆଗ୍ରହ ରହିଛିI ତେଣୁ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛିI ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛିI ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…